ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ବେଳେ ବ୍ରାଉନସୁଗରର ହୋମ ଡେଲିଭରି କରୁଥିବା ଅଭିଯୋଗରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ ଏସ . କେ ସରିଫ ଓ ସେ ଜଟଣି ଅଞ୍ଚଳର ବୋଲି ଜଣାପଡ଼ିଛି।
ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ବିପୁଳ ପରିମାଣର ବ୍ରାଉନସୁଗର ଚାଲାଣ ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମୟରେ ୧୦୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ପୁଲିସ୍ ଏସ . କେ ସରିଫଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ୧୨ ହଜାର ଟଙ୍କା ଜବତ ହୋଇଛି।
ଏସ . କେ ସରିଫ ପୂର୍ବରୁ ମଧ୍ୟ ବ୍ରାଉନ୍ସୁଗର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।