ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବରଗଡ଼( ଓଡ଼ିଶା ରିପୋର୍ଟର): ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ପାଇକମାଳ ଥାନା ଅନ୍ତର୍ଗତ ସାଲେପାଲି ଗାଁର ବିଜୟ ସାହୁ।</p> <p>ମୃତଦେହ ନିକଟରେ ହିନ୍ଦୀରେ ଲେଖାଥିବା ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ। ପୋଷ୍ଟରରେ ଲେଖା ହୋଇଛି,“ଗତବର୍ଷ ସେପ୍ଟେମ୍ବରରେ ୨ ଜଣ କମ୍ରେଡ କୌଣସି କାମରେ ଯାଇଥିବା ବେଳେ ବିଜୟ ପୋଲିସକୁ ଖବର ଦେବା ସହ ସେମାନଙ୍କୁ ଧରାଇ ଦେଇଥିଲେ। ତେଣୁ ଜନ ଅଦାଲତରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି।” ଦୀର୍ଘଦିନର ନୀରବତା ପରେ ବରଗଡ଼ ଜିଲ୍ଲାରେ ପୁଣି ମାଓବାଦୀମାନେ ନିଜ ଅସ୍ତିତ୍ୱ ଜାହିର କରିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।