କଂଗ୍ରେସର ୱାନ ମ୍ୟାନ୍ ୱାନ ପୋଷ୍ଟ ଫର୍ମୁଲା: ଦଳ ପାଇଁ ଲାଭ ନା କ୍ଷତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ନୂଆ ଫର୍ମୁଲା। ୱାନ ମ୍ୟାନ୍ ୱାନ ପୋଷ୍ଟ ନୀତି ଅବଲମ୍ବନ କରି ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ରାଜ୍ୟ ପିସିସିର ନୂଆ ଯୋଜନା। ଯେଉଁ ଯୋଜନାକୁ ଆପଣାଇ ସ୍ୱର୍ଗତ ବିଜୁ ପଟ୍ଟନାୟକ ଛାଡ଼ିଥିଲେ ମୁଖ୍ୟମନ୍ତ୍ରୀ ପଦ, ସେହି ନୀତି ଅବଲମ୍ବନ କରି ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ଆଗାମୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ। ଏହି ନ୍ୟାୟରେ ଆଲୋଚନା ମାଧ୍ୟମରେ ସାଲେପୁର ବିଧାୟକ, କଟକ ଜିଲ୍ଲା ସଭାପତି ପଦ ଛାଡ଼ିଥିବାବେଳେ ତାଙ୍କୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ। ଯାହାଙ୍କ ବିଜୟ ସମ୍ଭାବନା ନଥିବ ଏବଂ ଦଳ ପାଇଁ କାମ କରିବାକୁ ଇଛା ଥିବେ ତାଙ୍କୁ ଜିଲ୍ଲା ସଭାପତି ପଦବୀରେ ନିଯୁକ୍ତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।

ୱାନ୍ ମ୍ୟାନ୍ ୱାନ ପୋଷ୍ଟ ନୀତି ଯଦି କାର୍ଯ୍ୟକାରୀ ହୁଏ, ତେବେ କିଏ ରହିବେ ଜିଲ୍ଲା ସଭାପତି  ଏବଂ କିବେ ଯିବେ ନିର୍ବାଚନୀ ମୈଦାନକୁ ? ଏହାକୁ ନେଇ କଂଗ୍ରେସର ପୁରୁଣା ବିଶୃଙ୍ଖଳା ରୋଗ ଫେରିବନି ତ ? କାରଣ ଗତକାଲି କଟକ ଜିଲ୍ଲା ସଭାପତି ପଦବୀରୁ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ଇସ୍ତଫା ପରେ ଏବେ ବି ଏକାଧିକ ପଦବୀରେ ଅଛନ୍ତି କେନ୍ଦ୍ରାପଡ଼ାର ଦେବେନ୍ଦ୍ର ଶର୍ମା ଏବଂ କନ୍ଧମାଳର ଜାକବ ପ୍ରଧାନଙ୍କ ଭଳି ନେତା। ତେବେ ପିସିସିର ଏହି ଆୱାନକୁ କିନ୍ତୁ ସ୍ୱାଗତ କରିଛନ୍ତି ଦଳର କିଛି ବରିଷ୍ଠ ନେତା।

ଘର ସଜାଡ଼ିବା ପାଇଁ କଂଗ୍ରେସର ଏଭଳି କସରତ କ୍ରମରେ ଆଜି ବିଭିନ୍ନ ଦଳର ନେତା ଓ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ମହାମିଳନ ଉତ୍ସବରେ ତୃଣମୂଳ କଂଗ୍ରେସର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ସମେତ ବହୁ ନେତା ଓ କର୍ମୀ ଦଳରେ ଯୋଗଦେଇଛନ୍ତି।

Ordigital Desk
• Published: Wednesday, 06 June 2018
• Updated: 06 June 2018, 09:14 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos