ମୁଖ୍ୟମନ୍ତ୍ରୀଙ୍କ ‘ମୋ ଜୀବନ’ ଅପିଲକୁ ୧୦ଲକ୍ଷ ଲୋକଙ୍କ ସମର୍ଥନ: ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜୀବନ’ ଶପଥ ନେଇ ନିଜ ତଥା ପରିବାରକୁ ସୁରକ୍ଷିତ ରଖିବା ନିମନ୍ତେ କରିଥିବା ଆହ୍ୱାନକୁ ଆଜିସୁଦ୍ଧା ୧୦ଲକ୍ଷ ଲୋକଙ୍କ ସମର୍ଥନ ମିଳିଛି। ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ନିଜର ଓ ପରିବାରର ସୁରକ୍ଷା ନିମନ୍ତେ ଘରେ ରହିବା ଓ ଲକଡାଉନକୁ ପାଳନ କରିବା ନିମନ୍ତେ ପ୍ରତ୍ୟେକ […]

subrat

Manoranjan Sial
  • Published: Thursday, 26 March 2020
  • , Updated: 26 March 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜୀବନ’ ଶପଥ ନେଇ ନିଜ ତଥା ପରିବାରକୁ ସୁରକ୍ଷିତ ରଖିବା ନିମନ୍ତେ କରିଥିବା ଆହ୍ୱାନକୁ ଆଜିସୁଦ୍ଧା ୧୦ଲକ୍ଷ ଲୋକଙ୍କ ସମର୍ଥନ ମିଳିଛି।

ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ନିଜର ଓ ପରିବାରର ସୁରକ୍ଷା ନିମନ୍ତେ ଘରେ ରହିବା ଓ ଲକଡାଉନକୁ ପାଳନ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ‘ମୋ ଜୀବନ’ ଶପଥ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ତିନିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏହି ଆହ୍ୱାନକ୍ରମେ ଗତ ଦୁଇଦିନ ମଧ୍ୟରେ ୧୦ଲକ୍ଷ ଲୋକ ଶପଥ ଗ୍ରହଣ କରିଛନ୍ତି ଓ ସେଥିରୁ ୩ଲକ୍ଷ ଲୋକ ଏହାର ଭିଡିଓ କରି ସୋଶାଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଆହୁରି ଅଧିକ ଲୋକ ଅନୁରୂପ ଶପଥ ନେବେ ବୋଲ ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିବା ଶ୍ରୀ ବାଗଚୀ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ ସାଧାରଣ ଲୋକଙ୍କୁ ଏହି ଶପଥ ନେବା ପାଇଁ ଅପିଲ କରିଛନ୍ତି।

Related story