କରୋନାରେ ସଂକ୍ରମିତ ହେଲେ ପୁଣି ଜଣେ ବିଧାୟକ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  କରୋନା ପଜିଟିଭ୍ ଚିହ୍ନଟ ନେଇ ସୋଶାଲ ମିଡିଆରେ ଖୋଦ ବିଧାୟକ ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଏହା ସହିତ ବିଧାୟକ ଶ୍ରୀ ରାୟ ଲେଖିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତେବେ ଚାନ୍ଦବାଲିର ବନ୍ୟା ପ୍ରଭାବିତ ଲୋକଙ୍କ ସେବା କରିପାରୁ ନଥିବାରୁ ବହୁତ ଦୁଃଖିତ ଅଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ଟାଣୁଆ ବିଜେପି ନେତା ଜୟରାମ ପାଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କିଛି ଦିନ ତଳେ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ

ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ, ବିଲ୍ କପି ଚିରିଲେ ତାରା

କେତେ କମିବ ସ୍କୁଲ ଫି, ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର

ପ୍ରେମିକାଙ୍କ ସହ ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିଥିଲେ ପତ୍ନୀ, ବନ୍ଧା ହେଲେ ଡେପୁଟି କଲେକ୍ଟର

ହାଇକୋର୍ଟ ଗଲେ ସମ୍ୱିତ ପାତ୍ର

ସହମତିରେ ଯାଇଥିଲେ ନା ଅପହରଣ ହୋଇଥିଲା ? ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଯୁବତୀ

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ସୁପ୍ରିୟା’

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫

ଆଜିଠୁ ବିଧାନସଭା ଅଧିବେଶନ; ନବୀନ ନିବାସରୁ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁଣି ୫ ବିଧାୟକ କରୋନା ପଜିଟିଭ

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଲୁଟିଲେ

କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ, ଆରମ୍ଭ ହେଲା ପ୍ରଶାସନିକ ତତ୍ପରତା

କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ