ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ରାଜ୍ୟରେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୮ ଛୁଇଁଛି।
ମୃତକ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ମିଳିଛି। ସେ ପୂର୍ବରୁ ଡାଇବେଟିସ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଜଣାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform that a 63 year old male patient of Khordha district who had tested positive for Covid, passed away while under treatment in hospital.
He was a chronic patient of diabetes and other underlying comorbidities.
— H & FW Dept Odisha (@HFWOdisha) June 5, 2020