ଗଞ୍ଜାମରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ୩ ଛୁଇଁଲା ସଂଖ୍ୟା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୭୦ ଛୁଇଁଛି। ଗଞ୍ଜାମରୁ ଚିହ୍ନଟ ଆକ୍ରାନ୍ତଜଣକ ୧୮ ବର୍ଷୀୟ ଯୁବକ ହୋଇଥିବା ବେଳେ ସେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ସେ ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ, ନମୁନା ପରୀକ୍ଷା […]

Corona-8 (1)

Niharika Rout
  • Published: Tuesday, 05 May 2020
  • , Updated: 05 May 2020, 10:22 AM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୭୦ ଛୁଇଁଛି।

ଗଞ୍ଜାମରୁ ଚିହ୍ନଟ ଆକ୍ରାନ୍ତଜଣକ ୧୮ ବର୍ଷୀୟ ଯୁବକ ହୋଇଥିବା ବେଳେ ସେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ସେ ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ, ନମୁନା ପରୀକ୍ଷା ପରେ ପଜିଟିଭ୍ ଜଣାପଡ଼ିଲା। ହେଲେ ଏହି ଯୁବକଜଣକ କାହା ସଂସ୍ପର୍ଶରେ ଆସିଥିଲେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତକାଲି ଚିହ୍ନଟ  ୭ ପଜିଟିଭଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪ ଜଣ,  ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଆକ୍ରନ୍ତ ଅଛନ୍ତି । ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ସେହିଭଳି ଭଦ୍ରକରେ  ଏହି ସଂଖ୍ୟା ୨୧ ଛୁଇଁଲା।

ଏବେସୁଦ୍ଧା ରାଜ୍ୟରେ ୪୪ ହଜାର ୬୬୩ ସାମ୍ପଲ୍ ଟେଷ୍ଟ ହୋଇଥିବା ବେଳେ ଗତକାଲି ସର୍ବାଧିକ ୩, ୫୩୫ ସାମ୍ପଲ୍ ପରୀକ୍ଷା ହୋଇଛି। ରାଜ୍ୟରେ ସମୁଦାୟ  ୧୭୦ କେସ୍‌ ମଧ୍ୟରୁ ୧୦୯ ଆକ୍ଟିଭ କେସ୍ ରହିଛି। ସେଥିମଧ୍ୟରୁ  ୬୦ ଜଣ  ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ଯାଜପୁରରେ ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ସରକାରଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଭଦ୍ରକରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ପରେ ଧାମନଗର ବ୍ଲକ୍ ସାହସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର ପଞ୍ଚାୟତର କଣ୍ଟେନମେଣ୍ଟ୍ ଅବଧିକୁ ୧୪ ଦିନ ଯାଏ ବଢାଇ ଦିଆଯାଇଛି।

Related story