ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ଅଞ୍ଚଳର। ତାଙ୍କୁ ମିଶାଇ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
https://twitter.com/HFWOdisha/status/1255459555649224704?s=20
ଆଜି ସୁଦ୍ଧା ରାଜ୍ୟରେ ୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୮୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟିନ୍ରେ ଅଛନ୍ତି।
ତେବେ ଗତ ଦୁଇ ସପ୍ତାହରେ ଚିହ୍ନଟ ହେଉଥିବା ‘କରୋନା’ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡି ଯାଇଛନ୍ତି। କୋଲକାତା ଫେରନ୍ତାଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।