ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣକ ମୃତଦେହ ଉଦ୍ଧାର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁ ରମେଶ ସାହୁ । ୩ଦିନ ତଳେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଏକ ହୁଲି ଡଙ୍ଗା ବୁଡ଼ି ଯାଇଥିଲା । ଏହି ଘଟଣାରେ ୪ଜଣ ନିଖୋଜ ଥିଲେ । ଗତକାଲି କୁନ୍ଦନଦେଇପୁରରେ ବାପୁନି ଆଚାର୍ଯ୍ୟଙ୍କ ମୃତହେଦ  ଉଦ୍ଧାର ହୋଇଥିଲା।  ଏବେ ବି ୨ଜଣ ନିଖୋଜ […]

dkl-2..1

Niharika Rout
  • Published: Tuesday, 10 September 2019
  • , Updated: 10 September 2019, 12:18 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁ ରମେଶ ସାହୁ । ୩ଦିନ ତଳେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଏକ ହୁଲି ଡଙ୍ଗା ବୁଡ଼ି ଯାଇଥିଲା । ଏହି ଘଟଣାରେ ୪ଜଣ ନିଖୋଜ ଥିଲେ । ଗତକାଲି କୁନ୍ଦନଦେଇପୁରରେ ବାପୁନି ଆଚାର୍ଯ୍ୟଙ୍କ ମୃତହେଦ  ଉଦ୍ଧାର ହୋଇଥିଲା।  ଏବେ ବି ୨ଜଣ ନିଖୋଜ ଅଛନ୍ତି ।  ନିଖୋଜଦ୍ୱୟ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ ଗାଁର ସୁଶାନ୍ତ ସାହୁ ଓ ଲୁଲୁ ସାହୁ।

ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ଆଠଟା ବେଳେ ବ୍ରାହ୍ଣଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ହୋଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ନାଉରିଆ ଏବଂ ସାତ ଜଣ ଯାତ୍ରୀ ମୋଟ ୯ ଜଣ ନଦୀ ପାର ହେଉଥିଲେ। ହେଲେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା।  ପାଞ୍ଚ ଜଣ ପହଁରି ପହଁରି ରାତିରେ କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ।

Related story