ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା; ଆଖି ବୁଜିଲେ ପରିବାରର ଆଉ ଜଣେ ଝିଅ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଘରର ସାନ ପୁଅର ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ପରିବାରର ୫ ସଦସ୍ୟ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଖି ବୁଜି ସାରିଲେଣି ୪ ଜଣ। ଗତ ୨ ଦିନ ମଧ୍ୟରେ ମା’ ଗୋଟିଏ ପୁଅ, ଗୋଟିଏ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଝିଅ ଆଖି ବୁଜିଛନ୍ତି। ୨ ଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଆଜି ବୁର୍ଲା ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଯୁବତୀଙ୍କ […]

deadbody

Niharika Rout
  • Published: Friday, 05 June 2020
  • , Updated: 05 June 2020, 01:43 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଘରର ସାନ ପୁଅର ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ପରିବାରର ୫ ସଦସ୍ୟ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଖି ବୁଜି ସାରିଲେଣି ୪ ଜଣ। ଗତ ୨ ଦିନ ମଧ୍ୟରେ ମା’ ଗୋଟିଏ ପୁଅ, ଗୋଟିଏ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଝିଅ ଆଖି ବୁଜିଛନ୍ତି। ୨ ଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଆଜି ବୁର୍ଲା ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଯୁବତୀଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି। ଅପରପକ୍ଷେ ଗତ କାଲି ପରିବାରର ୪ ସଦସ୍ୟଙ୍କ ଜୁଇ ଏକ ସଙ୍ଗେ ଜଳିଥିବା ବେଳେ ଏହା ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇ ପରିବାରର ୪ ଜଣ ଆଖି ବୁଜି ସାରିଥିବା ବେଳେ ଆଉ ମାତ୍ର  ଜଣେ ଝିଅ ଏବେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ରେ ଘଟିଥିବା ଏପରି ହୃଦୟ ବିଦାରକ ଘଟଣା ଯୋଗୁ  ଗୋଟିଏ ପରିବାର ସମ୍ପୂର୍ଣ୍ଣ ଛାରଖାର ହେବାକୁ ବସିଛି।

ଉଲ୍ଲେଖଯୋଗ୍ୟ ଯେ, ୨ ବର୍ଷ ପୂର୍ବେ ଏକ ବାଇକ୍‌ ଦୁର୍ଘଟଣାରେ ଘରର ସାନ ପୁଅ ଦୀପକ ବିଶ୍ୱାଳ ଗୁରୁତର ହୋଇ ପଡ଼ିଥିବା ବେଳେ ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଲା। ଏପରି ଘଟଣା ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ଶକ୍ତି ଧକ୍କା ଦେଇଥିଲା। ଫଳରେ ସେମାନେ ମଧ୍ୟ ନିଜ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସାନ ପୁଅର ମୃତଦେହ ଘରେ ପଡ଼ିଥିବା ବେଳେ ମା’ ପୁଷ୍ପାବତୀ ବିଶ୍ୱାଳଙ୍କ ସହିତ ତାଙ୍କର ୩ ଝିଅ ଓ ବଡ଼ ପୁଅକୁ ମିଶାଇ ମୋଟ ୫ ଜଣ ଫିନାଇଲ ଓ କୀଟନାଶକ ପିଇ ଦେଇଥିଲେ ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମା’ ବଡ଼ ପୁଅ ଶ୍ରୀକାନ୍ତ ବିଶ୍ୱାଳ ଓ ଗୋଟିଏ ଝିଅର  ମୃତ୍ୟୁ ହୋଇଥିଲା । ଏହାପରେ  ଗତକାଲି ଝାରସୁଗୁଡ଼ା ବିଟିଏମ୍‌ ଶଶ୍ମାନ ଘାଟରେ ଏକ ସଙ୍ଗେ ପରିବାରର ୪ ସଦସ୍ୟଙ୍କ  ଜୁଇ ଜଳିଥିଲା । ଏହାପରେ ଆଜି  ପରିବାରର ଜଣେ ଝିଅ ଆଖି ବୁଜିଥିବା ବେଳେ ଆଉ ଜଣେ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ତାଙ୍କର ଅବସ୍ଥା ବି ଗୁରୁତର ଥିବା ଜଣାପଡ଼ିଛି।

Related story