ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୭୬ରେ ପହଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲା ଅଞ୍ଚଳରେ। ତାଙ୍କର ବୟସ ୫୮ ବର୍ଷ (ପୁରୁଷ)। ତାଙ୍କର କୋଲକାତା ଲିଙ୍କ ରହିଛି। ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ସେ କେଉଁମାନାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ି ନାହିଁ। ଏବେ […]

Corona

Manoranjan Sial
  • Published: Tuesday, 05 May 2020
  • , Updated: 05 May 2020, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲା ଅଞ୍ଚଳରେ। ତାଙ୍କର ବୟସ ୫୮ ବର୍ଷ (ପୁରୁଷ)। ତାଙ୍କର କୋଲକାତା ଲିଙ୍କ ରହିଛି। ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ସେ କେଉଁମାନାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ି ନାହିଁ। ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

https://twitter.com/IPR_Odisha/status/1257697596337987584?s=20

ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଜଣେ ‘କରୋନା’ ଚିହ୍ନଟ ହୋଇଥିଲେ। ଅପରାହ୍ନରେ ବାଲେଶ୍ୱରରୁ ୩, କଟକ, ଯାଜପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରୁ ଚିହ୍ନଟ ‘କରୋନା’ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। କଟକ ଓ ଗଞ୍ଜାମ ଜିଲ୍ଲାର କରୋନା ଆକ୍ରାନ୍ତରଙ୍କର ସୁରତ ଲିଙ୍କ ରହିଛି। ଏବେ ସମସ୍ତଙ୍କ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୧୭୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story