ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳ। ସେ ଜଣେ ପୁରୁଷ ଓ ବୟସ ୬୨ ବର୍ଷ। ତାଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆକ୍ରାନ୍ତଙ୍କ ଭିତରେ କେବଳ ଯାଜପୁର ଜିଲ୍ଲାରେ ୪୮ ଜଣ ଅଛନ୍ତି।
ଆଜି ସକାଳେ ଯାଜପୁର ଜିଲ୍ଲାରେ ୭ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅପରାହ୍ନରେ ଆଉ ଜଣେ ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଅପରାହ୍ନରେ ଚିହ୍ନଟ ହୋଥିବା ରୋଗୀଙ୍କଠାରେ ‘କରୋନା’ ଲକ୍ଷଣ ନଥିଲା। ତେବେ ରକ୍ତ ଓ ସ୍ୱାବ ପରୀକ୍ଷାରୁ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ୪୮ ଜଣ କରୋନାରେ ଆକ୍ରାନ୍ତ ହୋଇନ୍ତି। ଏବେ ଯାଜପୁର ଜିଲ୍ଲା ରେଡ୍ ଜୋନ୍ରେ ରହିଛି।
https://twitter.com/IPR_Odisha/status/1256558456624033792?s=20
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ୧୫୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୦ ଜଣ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନରେ ରହିଛନ୍ତି।