ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି।</p> <p>ସୂଚନା ଅନୁସାରେ, ସ୍ଥାନୀୟ ଛୋଟରାୟପୁରରୁ ନନ୍ଦକିଶୋର ପ୍ରଧାନ ରାତିରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ।&nbsp; ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ସଠିକ ଚିକିତ୍ସା ନ କରିବାରୁ ନନ୍ଦକିଶୋରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟମାନେ ମେଡିକାଲ ପରିସରରେ ପାଟିତୁଣ୍ଡ କରିଥିଲେ। ଏହାକୁ କେନ୍ଦ୍ରକରି ଡାକ୍ତର ଓ ତାଙ୍କର ସହଯୋଗୀ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 10:52 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି।</p><p>ସୂଚନା ଅନୁସାରେ, ସ୍ଥାନୀୟ ଛୋଟରାୟପୁରରୁ ନନ୍ଦକିଶୋର ପ୍ରଧାନ ରାତିରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ।&nbsp; ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ସଠିକ ଚିକିତ୍ସା ନ କରିବାରୁ ନନ୍ଦକିଶୋରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟମାନେ ମେଡିକାଲ ପରିସରରେ ପାଟିତୁଣ୍ଡ କରିଥିଲେ। ଏହାକୁ କେନ୍ଦ୍ରକରି ଡାକ୍ତର ଓ ତାଙ୍କର ସହଯୋଗୀ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos