କମିଶନରେଟ ପୁଲିସକୁ ଡେଇଁଲା କରୋନା, ଜଣେ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ନେଇ ସ୍ପଷ୍ଟ କଲା କମିଶନରେଟ ପୁଲିସ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସଂପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା। ସଂପୃକ୍ତ ୩୬ ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା। ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି। ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି। ଏଯାବତ […]

iop-1

Tapas Behera
  • Published: Tuesday, 19 May 2020
  • , Updated: 19 May 2020, 03:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ନେଇ ସ୍ପଷ୍ଟ କଲା କମିଶନରେଟ ପୁଲିସ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସଂପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା। ସଂପୃକ୍ତ ୩୬ ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା। ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି।

ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି। ଏଯାବତ ୯୭୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଘଟଣା ପରେ ଅନ୍ୟ ସବୁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପ୍ରତି ନିଘା ରଖାଯାଇଛି

ଟୁଇନ ସିଟିର ସମସ୍ତ ୪ ପୋଲିସ ହସ୍ପିଟାଲ ଡାକ୍ତର ନିଘା ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୬୯୬ ଜଣ ବିଭିନ୍ନ କୋଭିଡ୍‌ ହସପିଟାଲରେ ଚିତକିତ୍ସାଧୀନ ଅଛନ୍ତି।

Related story