- Videos
- Odisha
- ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ
ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ
- Published: Sunday, 31 December 2017
- , Updated: 31 December 2017, 09:57 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ। ସହିତ ଯବାନ ଜଣଙ୍କ ହେଲେ ପ୍ରଦୀପ ପଣ୍ଡା। ପ୍ରଦୀପଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁରେ।</p>
<p>ପ୍ରଦୀପ ୨୦୦୬ରେ ସିଆରପିଏଫ୍‌ରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ହୋଇଥିବା ପୁଲୱାମାରେ ଥିବା ସିଆରପିଏଫ୍‌ ଟ୍ରେନିଂ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନ୍ୟ ୪ ଯବାନ୍‌ ସହ ପ୍ରଦୀପ ସହିଦ୍ ହୋଇଛନ୍ତି। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।</p>