୧୬ ବର୍ଷ ହେଲା ପ୍ରଧାନଶିକ୍ଷକଙ୍କ ବଦଳି ହେଉନି, ଜିଦ୍‌ରେ ଅଡି ବସିଲେ ଅଭିଭାବକ

ଆସିକା(ମନୋଜ ମୁନି) :  ବର୍ଷେ କି ଦି ବର୍ଷ ନୁହେଁ ପ୍ରାୟ ୧୬ ବର୍ଷ ହେଲା ଗୋଟିଏ ସ୍କୁଲରେ ଅଛନ୍ତି ଜଣେ ଶିକ୍ଷକ । ଶିକ୍ଷକରୁ ୧୨ ବର୍ଷ ହେଲା ପ୍ରଧାନଶିକ୍ଷକ ପଦ ବି ସମ୍ଭାଳୁଛନ୍ତି। ହେଲେ ପ୍ରଧାନଶିକ୍ଷକଜଣକ ଚଞ୍ଚକତା କରି ସ୍କୁଲକୁ ଆସୁଥିବା ସବୁ ଅନୁଦାନକୁ ନିଜେ ଚଳୁ କରୁଥିବା ବେଳେ ପିଲାମାନଙ୍କୁ କିଛି ସୁବିଧା ପ୍ରଦାନ କରୁ ନ ଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ତେଣୁ ତୁରନ୍ତ ୧୬ ବର୍ଷର ହିସାବ କରି ସମ୍ପୃକ୍ତ […]

teacher

teacher

Niharika Rout
  • Published: Tuesday, 27 September 2022
  • Updated: 27 September 2022, 01:09 PM IST

Sports

Latest News

ଆସିକା(ମନୋଜ ମୁନି) :  ବର୍ଷେ କି ଦି ବର୍ଷ ନୁହେଁ ପ୍ରାୟ ୧୬ ବର୍ଷ ହେଲା ଗୋଟିଏ ସ୍କୁଲରେ ଅଛନ୍ତି ଜଣେ ଶିକ୍ଷକ । ଶିକ୍ଷକରୁ ୧୨ ବର୍ଷ ହେଲା ପ୍ରଧାନଶିକ୍ଷକ ପଦ ବି ସମ୍ଭାଳୁଛନ୍ତି। ହେଲେ ପ୍ରଧାନଶିକ୍ଷକଜଣକ ଚଞ୍ଚକତା କରି ସ୍କୁଲକୁ ଆସୁଥିବା ସବୁ ଅନୁଦାନକୁ ନିଜେ ଚଳୁ କରୁଥିବା ବେଳେ ପିଲାମାନଙ୍କୁ କିଛି ସୁବିଧା ପ୍ରଦାନ କରୁ ନ ଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ତେଣୁ ତୁରନ୍ତ ୧୬ ବର୍ଷର ହିସାବ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ସ୍କୁଲରୁ ବିଦା କରିବାକୁ ଦାବି ଜଣାଇଛନ୍ତି ଗ୍ରାମବାସୀ । ନଚେତ ସ୍କୁଲରେ ତାଲା ପଡ଼ିବ ବୋଲି ଚେତାବନୀ ବି ଦେଇଛନ୍ତି।  ଏପରି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତ ଏସ. ରଘୁନାଥପୁର ବିଦ୍ୟାଳୟରେ ଘଟିଛି।

ସୂଚନା ଯୋଗ୍ୟ , ଏସ.ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୬ ବର୍ଷ ଧରି ଜଣେ ଶିକ୍ଷକ ନାରୁସୁ ସେଠୀ କାର୍ଯ୍ୟ କରୁଛନ୍ତି। ହେଲେ ୧୨ ବର୍ଷ ଧରି ସେ  ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି l ମାତ୍ର ବିଦ୍ୟାଳୟର କୌଣସି ବୈଠକ ନଡାକି ପ୍ରଧାନ ଶିକ୍ଷକ ନିଜ ମନ ମୁତାବକ ସଭାପତି ଚୟନ କରିବା ସହ  ସରକାରୀ ଅର୍ଥ ହଡ଼ପ କରି ଦେଉଥିବା ଅଭିଯୋଗ ହେଉଛି।  ଏପରିକି ପିଲାମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ବହୁ ପିଲାଙ୍କୁ ୟୁନିଫର୍ମ ଦିଆଯାଉଥିବା କହିଥିଲେ ଅଭିଭାବକ ।

ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ଆଜି ସାନଖେମୁଣ୍ଡି ବିଇଓଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ବିଦ୍ୟାଳୟରେ ପହଞ୍ଚିଥିଲେ। ସେହି ସମୟରେ ପୁଣି ଅନିୟମିତତା ଯୋଗୁଁ ସୋମବାର ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ଘେରି ଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ତାତିଥିବା ଅଭିଭାବକ ବହୁ ସଂଖ୍ୟାରେ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଘେରିବା ସହ ସରକାରୀ ଅର୍ଥ ହଡପ କରିଥିବା ନେଇ ପ୍ରଶ୍ନ ପଚାରିଥିଲେ । ମାତ୍ର ପ୍ରଧାନଶିକ୍ଷକଜଣକ କୌଣସି ଉତ୍ତର ନ ତେବାରୁ ଏହାକୁ ନେଇ ଆଜି ସ୍କୁଲ ପରିସରରେ ଚାପା ଉତ୍ତେ୦ଜନା ପ୍ରକାଶ ପାଇଥିଲା।  ଖବର ପାଇ ସାନଖେମୁଣ୍ଡି ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ, ଶୁକଦେବ ମଲ୍ଲିକ ସିଆରସିସି ଶଙ୍କର୍ଷଣ ସେଠୀ, ପହଞ୍ଚି ଘଟଣାର ତଦନ୍ତ କରିଥିଲେ l

ଆଗାମୀ ଦିନରେ ଯଦି ପ୍ରଧାନ ଶିକ୍ଷକ ନାରୁସୁ ସେଠୀଙ୍କ ବଦଳି କରା ନ ଯାଏ, ତା’ ହେଲେ ବିଦ୍ୟାଳୟ ରେ ତାଲା ପକାଇବା ସହ ଧାରଣା ବସିବାକୁ ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l ଏନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସଠିକ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ୫ଟି କୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏହି ଦୁର୍ନୀତି ଗ୍ରସ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ହିଁ ଦେଖି ବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos