ଗୋଟିଏ ଗାଁ ଦୁଇଟି ନାଁ: ଏପଟୁ ପାଉଛନ୍ତି, ସେପଟୁ ବି ପାଉଛନ୍ତି

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁ ଗୋଟିଏ। ନାଁ ଦୁଇଟି। ଗାଁ ଲୋକେ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ନେଉଛନ୍ତି ଫାଇଦା। ନିଜ ସପକ୍ଷରେ ଲୋକଙ୍କୁ ନେବା ପାଇଁ ସତେଜେମିତି ସରକାର ଚଳାଇଛନ୍ତି ପ୍ରତିଯୋଗିତା। ମାତ୍ର ଗାଁ ଲୋକଙ୍କ ସ୍ଥାୟୀ ମୌଳିକ ସମସ୍ୟା ପୂରଣ ଦିଗରେ କେହି ଧ୍ୟାନ ଦେଉନାହାଁନ୍ତି। ଏମିତି ଦୁଇଟି ନାଁ ଥିବା ଗାଁ ରହିଛି ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ। ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ଅନଳିଆ […]

Goan

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 10:53 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁ ଗୋଟିଏ। ନାଁ ଦୁଇଟି। ଗାଁ ଲୋକେ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ନେଉଛନ୍ତି ଫାଇଦା। ନିଜ ସପକ୍ଷରେ ଲୋକଙ୍କୁ ନେବା ପାଇଁ ସତେଜେମିତି ସରକାର ଚଳାଇଛନ୍ତି ପ୍ରତିଯୋଗିତା। ମାତ୍ର ଗାଁ ଲୋକଙ୍କ ସ୍ଥାୟୀ ମୌଳିକ ସମସ୍ୟା ପୂରଣ ଦିଗରେ କେହି ଧ୍ୟାନ ଦେଉନାହାଁନ୍ତି। ଏମିତି ଦୁଇଟି ନାଁ ଥିବା ଗାଁ ରହିଛି ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ।

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ଅନଳିଆ ପଞ୍ଚାୟତ। ଏହି ପଞ୍ଚାୟତ ଏକ ଗାଁକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ପ୍ରତିଯୋଗିତା କରୁଛନ୍ତି। ଓଡ଼ିଶା ରେକର୍ଡ଼ରେ ଏହି ଗାଁର ନାଁ ଶଙ୍ଖାମେଦୀ ରହିଥିବା ବେଳେ ପଶ୍ଚିମବଙ୍ଗ ରେକର୍ଡ଼ରେ ଶାଙ୍ଖାମେଦୀ ରହିଛି। ଦୁଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଗାଁରେ ରାସ୍ତା, ସ୍କୁଲ ନିର୍ମାଣ ଓ ରାସନ ଯୋଗାଇ ଦିଆଯାଉଛି। ଗାଁ ଲୋକେ ଏସବୁ ସୁବିଧା ଉପଭୋଗ କରୁଥିଲେ ମଧ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଯାହାଫଳରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଶଙ୍ଖାମେଦୀ ଗାଁ ଏହି ଗାଁରେ ପ୍ରବେଶ କରିବା ମାତ୍ର ଦେଖିବାକୁ ମିଳିବ ୨୦୧୬-୧୭ ମସିହାରେ ନିର୍ମାଣ ହୋଇଥିବା ଗୋପବନ୍ଧୁ ଗ୍ରାମୀଣ ଯୋଜନାର କଂକ୍ରିଟ୍‌ ରାସ୍ତା। ଗାଁ ମୁଣ୍ଡରେ ବସିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ସେହିପରି ଅଞ୍ଚଳବାସୀଙ୍କ ମଧ୍ୟରେ ଶିକ୍ଷାର ଆଲୁଅ ଜଳାଇବା ପାଇଁ ୧୯୫୪ ମସିହାରୁ ପ୍ରତିଷ୍ଠା ହୋଇଛି ଶଙ୍ଖାମେଦୀ ପ୍ରାଥମିକ ବିଦ୍ୟାଳୟ। ଏହାଛଡ଼ା ଗାଁ ଭିତରେ ସମସ୍ତ ପରିବାରକୁ ସ୍ୱଚ୍ଛ ମିସନରେ ମିଳିଛି ପାଇଖାନା। ଓଡ଼ିଶା ସରକାରଙ୍କ ତରଫରୁ ଶଙ୍ଖାମେଦୀ ଗାଁ ଲୋକଙ୍କୁ ମିଳିଛି ରାସନ୍‌ କାର୍ଡ଼ ଓ ଭୋଟର ପରିଚୟ ପତ୍ର। ରାସନ୍‌କାର୍ଡ଼ରେ ପ୍ରତି ପରିବାର ମାସକୁ ୫ କିଗ୍ରା ଚାଉଳ ଓ କିରାସିନି ଯୋଗାଇ ଦିଅଯାଉଛି। ଏହି ପରେ ମଧ୍ୟ ଗାଁ ଲୋକଙ୍କ ମଧ୍ୟ ସନ୍ତୋଷ ଦେଖାଦେଇଛି। ଏହା ପଛରେ ଉଦ୍ଦେଶ୍ୟ ରହିଛି। ୧୯୬୨ ମସିହାରୁ ଓଡ଼ିଶା ସରକାର ଗାଁ ଲୋକଙ୍କଠାରୁ ଖଜଣା ଆଦାୟ କରୁନାହାନ୍ତି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ମିଳୁନଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ଗାଁ ଲୋକେ ବଞ୍ଚିତ ହେଉଛନ୍ତି। ସେହିପରି ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେଥିପାଇଁ ପିଲାମାନେ ଓଡ଼ିଆ ଛାଡ଼ି ପଶ୍ଚିମବଙ୍ଗରେ ବଙ୍ଗଳା ଭାଷାରେ ଶିକ୍ଷା ଗ୍ରହଣ କରୁଛନ୍ତି।

ପଶ୍ଚିମବଙ୍ଗ ସରକାର ପଛରେ ନାହିଁ। ଉକ୍ତ ଗାଁ ଲୋକଙ୍କ ମନ ଜିଣିବା ପାଇଁ ପରିବାର ପିଛା ସପ୍ତାହକୁ ୨ କିଗ୍ରା ଚାଉଳ ଓ ୨ ଲିଟର କିରାସିନି ଯୋଗାଇ ଦିଆଯାଇଛି। ପିଲାମାନଙ୍କ ପାଠ ପଢ଼ିବା ପାଇଁ ଗାଁ ମଝିରେ ଶାଖାମେଦୀ ଶିଶୁ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

Related story