ଘାଟିରେ କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାରିପଦା (ମାଣିକ ଲାଲ ପାଣି): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଏଥିରେ କାର୍‌ଟି ପୂରା ଚେପା ହୋଇଯାଇଛି। ତେବେ ଦୁର୍ଘଟଣା ବେଳେ କାର୍ ଭିତରେ କେହି ନଥିଲେ।   ଗତକାଲି ରାତି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଏ ଦୁର୍ଘଟଣା ଘଟିଥିଲା। କାର୍‌ରେ ୪ ଜଣ ବ୍ୟକ୍ତି ଥିଲେ। ଘାଟିରେ ଏକ ଟ୍ରକ୍ ଖରାପ ହୋଇଥିବାରୁ ସେମାନେ ସଜାଡ଼ିବାକୁ ଆସିଥିଲେ। […]

car3

car3

Jitendra Garnayak
  • Published: Saturday, 12 January 2019
  • Updated: 12 January 2019, 12:40 PM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି।

ଏଥିରେ କାର୍‌ଟି ପୂରା ଚେପା ହୋଇଯାଇଛି। ତେବେ ଦୁର୍ଘଟଣା ବେଳେ କାର୍ ଭିତରେ କେହି ନଥିଲେ।  car

ଗତକାଲି ରାତି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଏ ଦୁର୍ଘଟଣା ଘଟିଥିଲା। କାର୍‌ରେ ୪ ଜଣ ବ୍ୟକ୍ତି ଥିଲେ। ଘାଟିରେ ଏକ ଟ୍ରକ୍ ଖରାପ ହୋଇଥିବାରୁ ସେମାନେ ସଜାଡ଼ିବାକୁ ଆସିଥିଲେ। ରାସ୍ତାକଡ଼ରେ କାର୍‌କୁ ରଖି ନିକଟରେ ଚା’ ପିଉଥିବା ବେଳେ ନାସିକ୍‌ରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିବା ଏକ ଟ୍ରକ୍ କାର୍‌ଟିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଥିଲେ। ଖବର ପାଇ ଆଜି ପୁଲିସ୍ ସହିତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହିତ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚିଥିଲେ।

car2ଟ୍ରକ୍‌ଟିରେ ପିଆଜ ଭର୍ତ୍ତି ବସ୍ତା ଲୋଡ୍ ହୋଇଛି। ଦୁର୍ଘଟଣାଗ୍ରସ୍ତ କାରର ନମ୍ବର ହେଉଛି- ଏମ୍‌ଏଚ୍ ୧୨ କେଏନ୍ ୯୦୪୪।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos