ଓଲଟିଲା ପିଆଜ ବୋଝେଇ ଟ୍ରକ୍‌ , ଗୋଟାଇବାକୁ ପ୍ରତିଯୋଗିତା

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଟ୍ରକ୍‌ରୁ ପିଆଜ ଲୁଟି ନେବାକୁ ଉଦ୍ୟମ କରିଥିଲେ। ନାସିକ୍‌ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ଟି ବୁର୍ଲା ପିସି ବ୍ରିଜ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପିଆଜ ବୋଝେଇ ଟ୍ରକ୍‌ ଓଲଟିଥିବା ଖବର ପାଇ ଘଟଣାସ୍ଥଳରେ […]

222smbp-

Niharika Rout
  • Published: Friday, 24 January 2020
  • , Updated: 24 January 2020, 03:05 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଟ୍ରକ୍‌ରୁ ପିଆଜ ଲୁଟି ନେବାକୁ ଉଦ୍ୟମ କରିଥିଲେ।

ନାସିକ୍‌ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ଟି ବୁର୍ଲା ପିସି ବ୍ରିଜ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପିଆଜ ବୋଝେଇ ଟ୍ରକ୍‌ ଓଲଟିଥିବା ଖବର ପାଇ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଗଲେ ଓ ପିଆଜ ଗୋଟାଇବାକୁ ଲାଗିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଏଥିନିମନ୍ତେ ଏକପ୍ରକାର ଏକ ପ୍ରତିଯୋଗିତା ଚାଲିଲା। ବେଶ୍ କିଛି ସମୟ ପାଇଁ ସେଠାରେ ଲୋକଙ୍କ ମଧ୍ୟରେ ପିଆଜ ଗୋଟାଇ ନେବାକୁ ପ୍ରତିଯୋଗିତା ହୋଇଥିବା ବେଳେ ଖବର ପାଇ ପୁଲିସ୍‌ ପହଞ୍ଚିଥିଲା। ପୁଲିସ୍ ପହଞ୍ଚିବା ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଏପରିକି ପୁଲିସ୍‌ ବହୁ ଲୋକଙ୍କଠାରୁ ପିଆଜ ଜବତ କରିଛି।

Related story