କରୋନା ସଙ୍କଟ ଭିତରେ ୟୁଜି ଏବଂ ପିଜି ପିଲାଙ୍କ ଏମିତି କ୍ଲାସ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ଭିତରେ ଆରମ୍ଭ ହେବ ପାଠପଢ଼ା। ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ କ୍ଲାସ। ଅନଲାଇନ କ୍ଲାସ ନେଇ ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ। ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଗାଇଡଲାଇନ। ଜୁଲାଇ ୧୩ରୁ ଅନଲାଇନ କ୍ଲାସ ଆରମ୍ଭ ପାଇଁ ସଚିବଙ୍କ ନିର୍ଦ୍ଦେଶ। ହ୍ୱାଟସ୍‌ଆପ୍‌ରେ ପିଲାଙ୍କ ଗ୍ରୁପ ହେବ। କ୍ଲାସରେ ସର୍ବାଧିକ ୩୨ ପିଲା ରହିବେ। ଘରେ ପଢ଼ିବାକୁ ହ୍ୱାଟସ୍‌ଆପ୍‌ ଓ ମେଲରେ ନୋଟ୍‌ସ ଦେବେ […]

india-photo-refresh_1

Tapas Behera
  • Published: Thursday, 02 July 2020
  • , Updated: 02 July 2020, 06:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ଭିତରେ ଆରମ୍ଭ ହେବ ପାଠପଢ଼ା। ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ କ୍ଲାସ। ଅନଲାଇନ କ୍ଲାସ ନେଇ ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ। ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଗାଇଡଲାଇନ। ଜୁଲାଇ ୧୩ରୁ ଅନଲାଇନ କ୍ଲାସ ଆରମ୍ଭ ପାଇଁ ସଚିବଙ୍କ ନିର୍ଦ୍ଦେଶ। ହ୍ୱାଟସ୍‌ଆପ୍‌ରେ ପିଲାଙ୍କ ଗ୍ରୁପ ହେବ। କ୍ଲାସରେ ସର୍ବାଧିକ ୩୨ ପିଲା ରହିବେ। ଘରେ ପଢ଼ିବାକୁ ହ୍ୱାଟସ୍‌ଆପ୍‌ ଓ ମେଲରେ ନୋଟ୍‌ସ ଦେବେ ଶିକ୍ଷକ। ଦିନକୁ ୨ରୁ ୩ ଘଣ୍ଟା କ୍ଲାସ, ସପ୍ତାହକୁ ୩ ଦିନ ପାଠ ପଢ଼ା ହେବ। ଗୁଗୁଲ ମିଟ୍/ଜୁମ୍/ସ୍କାଇପ୍ ଜରିଆରେ ହେବ ଅନଲାଇନ କ୍ଲାସ। ଅନଲାଇନ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ନେବେ ସଂପୃକ୍ତ ଶିକ୍ଷକ।

Related story