ମହିଳାଙ୍କ ସହିତ ସେଲ୍‌ଫି ଉଠାଇଲେ, ପରେ ଆକାଉଣ୍ଟ ଖୋଳ କରିଦେଲେ!

ସୋର(ନିରଞ୍ଜନ ବେହେରା): ଜୀନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍‌ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ୍‌ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୋର ଥାନା ଆରୁହା ଗାଁର ଜୟନ୍ତୀ କୁଅଁର। ସେ ପଶାରେ ଜଣେ ବୀମା ଏଜେଣ୍ଟ। ଶ୍ରୀରାମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଏଜେନ୍ସିରେ କାମ କରନ୍ତି। ଏଥିସହ ଅନ୍‌ଲାଇନ୍‌ରେ […]

On line Fraud

Manoranjan Sial
  • Published: Saturday, 02 October 2021
  • , Updated: 02 October 2021, 03:59 PM IST

ସୋର(ନିରଞ୍ଜନ ବେହେରା): ଜୀନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍‌ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ୍‌ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସୋର ଥାନା ଆରୁହା ଗାଁର ଜୟନ୍ତୀ କୁଅଁର। ସେ ପଶାରେ ଜଣେ ବୀମା ଏଜେଣ୍ଟ। ଶ୍ରୀରାମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଏଜେନ୍ସିରେ କାମ କରନ୍ତି। ଏଥିସହ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରଡକ୍ଟର ମାର୍କେଟିଂ କରନ୍ତି। ଜୟନ୍ତୀ କୁଅଁରଙ୍କ ଅଭିଯୋଗ ମୁତାବକ ବାହାନଗା ଅଞ୍ଚଳର ବଳରାମ ପଣ୍ଡା ଥରେ ତାଙ୍କ ପାଖକୁ ଆସିଥିଲେ। ଆଉ କିଛି ପ୍ରଡକ୍ଟ କିଣିଥିଲେ। ପରେ ତାଙ୍କ ପରାମର୍ଶରେ ଚିଣ୍ଟୁ ଓ ରଞ୍ଜିତ ବାରିକ ପ୍ରଡକ୍ଟ କିଣିବା ପାଇଁ ଜୟନ୍ତୀଙ୍କ ପାଖକୁ ଆସିଥିଲେ। ଉଭୟଙ୍କ ଭିତରେ କଥାବାର୍ତ୍ତା ଚାଲିଥିବା ବେଳେ ଏହି ଦୁଇ ଯୁବକ ଜୟନ୍ତୀଙ୍କ ବାରଣ ସତ୍ତ୍ୱେ ସେଲ୍‌ଫି ଉଠାଇଥିଲେ।

ପରବର୍ତ୍ତୀ ସମୟରେ ଜୟନ୍ତୀ ସେଲ୍‌ଫି ଉଠାଯାଇଥିବା ମୋବାଇଲ୍‌ଟିକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ଏହା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ଯାହାକୁ ନେଇ ଜୟନ୍ତୀ ଓ ସେମାନଙ୍କ ଭିତରେ ବିବାଦ ଲାଗି ରହିଥିଲା। ଜୟନ୍ତୀଙ୍କଠାରୁ ମୋବାଇଲ୍‌ ନେବା ପାଇଁ ସେମାନେ ବହୁବାର ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇନଥିଲେ।

କିଛିଦିନ ତଳେ ଜୟନ୍ତୀଙ୍କ ମୋବାଇଲ୍‌ ଚୋରି ହୋଇଥିଲା। ଜୟନ୍ତୀଙ୍କ କହିବା ଅନୁସାରେ ଚିଣ୍ଟୁ ଓ ରଞ୍ଜିତ ତାଙ୍କ ମୋବାଇଲ ଚୋରି କରିଛନ୍ତି। ପରେ ସେମାନେ ତାଙ୍କ ମୋବାଇଲ୍‌ରେ ଥିବା ଫୋନ୍‌ ପେ’ରେ ଅନ୍‌ଲାଇନ୍‌ ସପିଂ କରିଛନ୍ତି। ଅଭିଯୁକ୍ତମାନେ ୩ ଲକ୍ଷ ୭୩ ହାଜର ୯୩୯ ଟଙ୍କାର ସପିଂ କରିଥିବା ଜାଣିବା ପରେ ଜୟନ୍ତୀ ଏନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ସେ ବଳରାମ, ଚିଣ୍ଟୁ ଓ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଛନ୍ତି।

Related story