କାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍‌ ଟ୍ୟାକ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ। ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଦେଲେ ଅନୁମତି। ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି ଦେବେ। କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସବୁଠି ହୋମ୍ ଡେଲିଭରି ମଦ ମିଳିବ। ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି ଲଗାଇଲେ ସରକାର। ଯାହା ଏମ୍ଆରପି ଅଛି, ତା ଉପରେ ୫୦% କୋଭିଡ଼ ଫି ଲାଗିବ। କୋଭିଡ଼ ଫି କରୋନା ଆକ୍ରାନ୍ତଙ୍କ […]

65432

Tapas Behera
  • Published: Saturday, 23 May 2020
  • , Updated: 23 May 2020, 04:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ। ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଦେଲେ ଅନୁମତି। ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି ଦେବେ। କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସବୁଠି ହୋମ୍ ଡେଲିଭରି ମଦ ମିଳିବ। ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି ଲଗାଇଲେ ସରକାର।

ଯାହା ଏମ୍ଆରପି ଅଛି, ତା ଉପରେ ୫୦% କୋଭିଡ଼ ଫି ଲାଗିବ। କୋଭିଡ଼ ଫି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ରହିବ। ଡିସ୍ପ୍ଲେରେ ଫୋନ ନଂ, ହ୍ୱାଟସ୍‌ଆପ୍‌ ନଂ, ଇ-ମେଲ ଆଇଡି ରହିବ। OSBC ୱେବସାଇଟ- osbc.co.in.ଜିଲ୍ଲାୱାରୀ ତଥ୍ୟ ରହିବ। ସମସ୍ତ ପ୍ରକାର ପ୍ରଡକ୍ଟରର ମୂଲ୍ୟ ମଧ୍ୟ ୱେବସାଇଟରେ ରହିବ। ରିଟେଲର ମଧ୍ୟ ଏହି ହୋମ ଡେଲିଭରି ବ୍ୟବସ୍ଥାରେ ମଦ ପାଇବେ। ଦୋକାନ ସାମ୍ନାରେ ଭିଡ଼ ନହେବାକୁ ପ୍ରତିଶ୍ରୁତି ଦେବାକୁ ରିଟେଲରଙ୍କ ପାଇଁ ସର୍ତ୍ତ ରହିଛି।

୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ ମଦ।

ତେବେ ଅନଲାଇନରେ ମଦ ବିକ୍ରି ନିଷ୍ପତ୍ତିକୁ  ସ୍ୱାଗତ କରିଛି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଥିଲା

 

Related story