ଆଉ ବାହାଘରରେ ଜମିବନି ଭୋଜିର ଆସର, ମିଳିବ ଖାଦ୍ୟ ପୁଡ଼ିଆ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଉ ବିବାହରେ ଜମିବନି ଭୋଜିଭାତର ଆସର। ଏଥର ଅତିଥିଙ୍କୁ ଖାଦ୍ୟ ପୁଡ଼ିଆରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଗଞ୍ଜାମ ଜିଲ୍ଲାରେ ଲାଗୁ ହୋଇଛି ଏହି କଟକଣା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମରେ ଏହା ନିୟନ୍ତ୍ରଣରେ ଅଛି। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ମାତ୍ର ୧୦୦ ଜଣ ଲେଖାଏଁ ଅତିଥି ଯୋଗ ଦେଇପାରିବେ। କିନ୍ତୁ ସେମାନଙ୍କ […]

buffet in marriage

buffet in marriage

Niharika Rout
  • Published: Monday, 05 April 2021
  • Updated: 05 April 2021, 04:11 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଉ ବିବାହରେ ଜମିବନି ଭୋଜିଭାତର ଆସର। ଏଥର ଅତିଥିଙ୍କୁ ଖାଦ୍ୟ ପୁଡ଼ିଆରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଗଞ୍ଜାମ ଜିଲ୍ଲାରେ ଲାଗୁ ହୋଇଛି ଏହି କଟକଣା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମରେ ଏହା ନିୟନ୍ତ୍ରଣରେ ଅଛି। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ମାତ୍ର ୧୦୦ ଜଣ ଲେଖାଏଁ ଅତିଥି ଯୋଗ ଦେଇପାରିବେ। କିନ୍ତୁ ସେମାନଙ୍କ ଭୋଜିଭାତର ଆୟୋଜନ କରାଯାଇପାରିବ ନାହିଁ। ତା'ବଦଳରେ ସେମାନଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯିବ। ବାହାଘରରେ ଗହଳି ଓ ଭିଡ଼କୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ ରହିଛି। ହେଲେ ଗତଥର କରୋନାର କୋପ ଦେଖିଥିବା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏଥର ଯେପରି ସେହି ପରିସ୍ଥିତିର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିଲାଗି ପ୍ରଶାସନ ତରଫରୁ ଆଗୁଆ ନିଆଯାଉଛି ଏହିଭଳି ସତର୍କତାମୂଳକ ପଦକ୍ଷେପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos