କଠୋର ହେଲା ପ୍ରଶାସନ: ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତ ରଥ ଚଢ଼ିବେ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି। କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିବେ। ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଭକ୍ତ। ଆଜି ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଶେଷ ଭାବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଗରିବ ସେବାୟକଙ୍କ ନିମନ୍ତେ ଆବାସ ପ୍ରକଳ୍ପ […]

ratha

ratha

Niranjan Mishra
  • Published: Saturday, 06 August 2022
  • Updated: 06 August 2022, 07:18 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି। କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିବେ। ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଭକ୍ତ। ଆଜି ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବୈଠକରେ ବିଶେଷ ଭାବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଗରିବ ସେବାୟକଙ୍କ ନିମନ୍ତେ ଆବାସ ପ୍ରକଳ୍ପ ଓ ସେବାୟତ ପିଲାଙ୍କ ପାଠପଢ଼ା ପାଇଁ ଗୁରୁକୁଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଅଲୋଚନା ନିମନ୍ତେ ଏଜେଣ୍ଡାରେ ଅନେକ ବିଷୟ ରହିଥିଲେ ହେଁ ନିର୍ଦ୍ଧାରିତ ସମୟ ଭିତରେ ଯାହି ଯେତିକି ଆଲୋଚନା କରି ବୈଠକକୁ ସମାପ୍ତ କରାଯାଇଥିଲା। ତେଣୁ ଶ୍ରୀମନ୍ଦିର ଜମିଜମା ସୁରକ୍ଷା ଓ ବିକ୍ରିବଟା, ରତ୍ନଭଣ୍ଡାର ସୁରକ୍ଷା, ଶ୍ରୀମନ୍ଦିର କରିଡ଼ର ପ୍ରଭୃତି ବିଷୟରେ ବିଶେଷ କୌଣସି ଆଲୋଚନା ହୋଇପାରିନି। ତେବେ ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ଠାକୁରମାନଙ୍କ ଆଗପଛରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ସେବାୟତମାନେ ଘେରି ରହିବାରୁ ଭକ୍ତଙ୍କୁ ଭଲ ଦର୍ଶନ ନ ମିଳିବା ଏବଂ ସ୍ଥିରିକୃତ ଆଚରଣ ସଂହିତାକୁ ଉଲ୍ଲଂଘନ କରାଯିବା ନେଇ କ୍ଷୁବ୍ଧ ଥିବା ପ୍ରଶାସନ କଠୋର ମନୋଭାବ ପୋଷଣ କରିଛି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା ହୋଇଥିଲା। ଆସନ୍ତା ବର୍ଷ ଏହି ଉତ୍ସବ ପାଳନ ବେଳେ ସେବାୟତମାନେ ଠାକୁରଙ୍କ ପାଖରେ ଏମିତି ଠିଆ ହେବେ, ଯେପରି ଭକ୍ତ ଭଲଭାବେ ଠାକୁର ଦର୍ଶନ କରିବେ। ଠାକୁରଙ୍କ ନୀତି ପରିଚାଳନା ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ରହିବେ। ୩୬ ନିଯୋଗ ସହିତ ଏନେଇ ବୈଠକ କରି ଅଲୋଚନା ହେବ। ଏହାଛଡ଼ା ବୈଠକରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଆଲୋଚନା ହୋଇଛି। ସେହିପରି ସେବକ ବାସଗୃହ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ ହୋଇଛି। ୪ ମାସ ଭିତରେ କାମ ଆରମ୍ଭ ହେବ। ଗତ ବୈଠକରେ ଲ୍ୟାଣ୍ଡ ସବ୍ କମିଟି ନେଇଥିବା ନିଷ୍ପତ୍ତିକୁ ଆପ୍ରୁଭାଲ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଗେଷ୍ଟ ହାଉସ୍ ରୁମ୍‌ଗୁଡ଼ିକ ସୁବିଧାରେ ଅନ୍‌ଲାଇନ୍‌ରେ ବୁକିଂ ପାଇଁ ଏଚ୍‌ଡିଏଫ୍‌ସି ସହିତ ଏକ ଏମ୍‌ଓଏୟୁ କରାଯିବ। ଏହାକୁ ପରିଚାଳନା କମିଟିରେ ମଞ୍ଜୁରୀ ମିଳିଛି। ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ସବୁଦିନିଆ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ବେଦୀ ଓ ରୋଷଘର ବ୍ୟାରିକେଟ କରାଯିବ। ଭକ୍ତ ଏଠାରେ ବୁଲିପାରିବେ ନାହିଁ। ଅନ୍ୟ ସମସ୍ତ ସ୍ଥାନ ଦେଖିପାରିବେ ବୋଲି ସେ କହିଛନ୍ତି।

ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ବୈଠକରେ ସେବାୟତଙ୍କ ସୁବିଧା ପାଇଁ ମାଟିତୋଟା ପରିବର୍ତ୍ତେ ହରଚଣ୍ଡିସାହିର ୩.୧୮୩ ଏକର ଓ ମାଟିମଣ୍ଡପସାହିର ୨.୮୧୧ ଏକର ଜମିରେ ସେବକ ଆବାସ କରାଯିବାକୁ ନିଷ୍ପତ୍ତି ହୋଇଛି। ହରଚଣ୍ଡି ସାହିରେ ୨୨୪ ବାସଗୃହ ପ୍ରଥମେ କରାଯିବ। ପ୍ରତ୍ୟେକ ସେବାୟତଙ୍କ ନିମନ୍ତେ ଏଠାରେ ୨ଟା ରୁମ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ସେହିପରି ଆସନ୍ତା ୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ସବୁ ଉନ୍ନତିକରଣ କାମ ଆବଶ୍ୟକ ସେନେଇ ଏଏସ୍‌ଆଇକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି।

ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଆରକ୍ୟୁଲୋଜିଷ୍ଟ ଅରୁଣ ମଲ୍ଲିକ ରତ୍ନସିଂହାସନ ପଛରୁ ଖସି ପଡ଼ିଥିବା ପ୍ଲାଷ୍ଟର ସମ୍ପର୍କରେ କହିଛନ୍ତି, ଏହା ମନକୁ ଖସିନି କିମ୍ବା ଆଦ୍ରତା ଯୋଗୁ ଖସିନି। ଏହାକୁ ଖସାଇ ଦିଆଯାଇଛି। ପ୍ଲାଷ୍ଟର ଉପରେ କୌଣସି ଜିନିଷ ମାଡ଼ ହେବାରୁ ଏହା ଖସି ପଡ଼ିଛି। ପୂଜକମାନେ ଏହା ଜାଣିଥିବେ। ଏହି ପ୍ଲାଷ୍ଟର ବହୁତ ବର୍ଷ ତଳେ କରାଯାଇଥିଲା। ଏଭଳି ଘଟଣା ପୁଣି ଘଟିବନି ବୋଲି କହି ହେବନି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଯନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇସାରିଛି। ଆସନ୍ତାବର୍ଷ ରଥଯାତ୍ରା ସମୟରେ ପୁଣି ଆବଶ୍ୟକ ମରାମତି କାମ ହେବ।

ସେହିପରି ସେ ରତ୍ନ ଭଣ୍ଡାର ସମ୍ପର୍କରେ କହିଛନ୍ତି, ଏହାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କହିଲେ କରାଯିବ। ୨୦୧୮ରେ ରତ୍ନ ଭଣ୍ଡାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story