‘ଫୋନି’ ସହାୟତା: ବସ୍ତିବାସିନ୍ଦାଙ୍କୁ ଦେଲେ, ଗାଁ ଗରିବଙ୍କୁ ଭୁଲିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ଘରଦ୍ୱାର ସବୁକିଛି ଉଜୁଡ଼ିଗଲା। କିନ୍ତୁ ୭ଦିନ ପରେ ବି ସରକାରୀ ସହାୟତା ମିଳିଲାନି। ଗରିବ ଦିନମଜୁରିଆ ପରିବାର ହୋଇଥିଲେ ବି ସରକାରଙ୍କଠୁ ରାସନକାର୍ଡ ପାଇନଥିବାରୁ ଏବେ ସରକାରଙ୍କ ବାତ୍ୟା ରିଲିଫ୍ ମିଳିବା ସମ୍ଭବପର ହେଉନି। ‘ଫୋନି ’ ବାତ୍ୟା ଦାଉ ସାଧିବା ପରେ ସରକାର ବି ଦାରିଦ୍ର‌୍ୟ ତାଡ଼ନାରେ ଜର୍ଜରିତ ଗରିବ ପରିବାରକୁ ସହାୟତା ଦେବା ପାଇଁ ସୃଷ୍ଟି କରିଥିବା ସରକାରୀ ‘ସର୍ତ୍ତାବଳୀ’ ଏବେ ଅନେକଙ୍କ ପାଇଁ […]

bbsr

bbsr

Manoranjan Sial
  • Published: Friday, 10 May 2019
  • Updated: 10 May 2019, 06:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ଘରଦ୍ୱାର ସବୁକିଛି ଉଜୁଡ଼ିଗଲା। କିନ୍ତୁ ୭ଦିନ ପରେ ବି ସରକାରୀ ସହାୟତା ମିଳିଲାନି। ଗରିବ ଦିନମଜୁରିଆ ପରିବାର ହୋଇଥିଲେ ବି ସରକାରଙ୍କଠୁ ରାସନକାର୍ଡ ପାଇନଥିବାରୁ ଏବେ ସରକାରଙ୍କ ବାତ୍ୟା ରିଲିଫ୍ ମିଳିବା ସମ୍ଭବପର ହେଉନି। ‘ଫୋନି ’ ବାତ୍ୟା ଦାଉ ସାଧିବା ପରେ ସରକାର ବି ଦାରିଦ୍ର‌୍ୟ ତାଡ଼ନାରେ ଜର୍ଜରିତ ଗରିବ ପରିବାରକୁ ସହାୟତା ଦେବା ପାଇଁ ସୃଷ୍ଟି କରିଥିବା ସରକାରୀ ‘ସର୍ତ୍ତାବଳୀ’ ଏବେ ଅନେକଙ୍କ ପାଇଁ ଉପହାସ ପାଲଟିଯାଇଛି।

ରାସନ କାର୍ଡଟିଏ ପାଇବା ପାଇଁ ଦୀର୍ଘଦିନରୁ ଆବେଦନ କରି ଚାହିଁ ରହିଥିବା ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୬୨ହଜାର ଗରିବ ପରିବାରକୁ ଏବେ ସରକାରଙ୍କ ବାତ୍ୟା ରିଲିଫରୁ ବଞ୍ଚିତ ହେବାକୁ ପଡ଼ିଛି। ସରକାରୀ ସହାୟତାରୁ ବଞ୍ଚିତ ଏହି ଗରିବ ପରିବାରଗୁଡ଼ିକ ପାଇଁ ଆହା ପଦେ କହିବାକୁ ବି କେହି ନାହିଁ। ନିର୍ବାଚନ ସରିଯାଇଥିବାରୁ ସ୍ଥାନୀୟ ନେତାମାନଙ୍କର ବି ଖୋଜଖବର ନାହିଁ। ଅବଶ୍ୟ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ରହୁଥିବା ଅନେକ ଗରିବ ପରିବାର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ସମ୍ଭାବ୍ୟ ଜନଆକ୍ରୋଶକୁ ଡରି ସରକାର କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି।

ରାସନକାର୍ଡ ନଥିଲେ ବି ଭୁବନେଶ୍ୱର ମହାନଗରର ବସ୍ତିବାସିନ୍ଦାଙ୍କୁ ସରକାରୀ ରିଲିଫ ମିଳିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି। କିନ୍ତୁ ସରକାର ବାତ୍ୟା କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ହଜାର ହଜାର ଗରିବ ଲୋକ ଏବେ ବି ସରକାରୀ ରିଲିଫକୁ ଅନାଇ ବସିଥିବା କଥା ଭୁଲିଯାଇଛନ୍ତି। ଯଦିଓ ବାତ୍ୟା ପ୍ରଭାବିତଙ୍କ ପାଇଁ ଦେଶର ବିଭିନ୍ନ ଭାଗରୁ ସହାୟତାର ସୁଅ ଛୁଟିବାରେ ଲାଗିଛି, ତଥାପି ସରକାରଙ୍କ ଗରିବ ଚିହ୍ନଟ କରିବାର ସର୍ତ୍ତାବଳୀ ହିଁ 'ଫୋନି' ପ୍ରଭାବିତ ଗରିବ ପରିବାରକୁ ସହାୟତା ମିଳିବା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି।

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ଗତ ମାର୍ଚ୍ଚ ୬ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠି ଅନୁସାରେ ପୁରୀ, ଖୋର୍ଦ୍ଧା,କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୬୨,୪୮୫ଟି ପରିବାର ରାସନକାର୍ଡ ପାଇନାହାନ୍ତି। ସେମାନଙ୍କୁ ପ୍ରିଣ୍ଟ ହୋଇଥିବା ରାସନ କାର୍ଡ ତୁରନ୍ତ ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ କଡ଼ା ତାଗିଦ୍ କରିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ ୧୦ତାରିଖରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ତଥା ନିର୍ବାଚନ କାର୍ଯ୍ୟରେ ସରକାରୀ ଅଫିସରମାନେ ବ୍ୟସ୍ତ ଥିବାରୁ ଏହି ଗରିବ ପରିବାରଗୁଡ଼ିକୁ ରାସନ କାର୍ଡ ମିଳିପାରିନି । ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବାର ଦୁଇଦିନ ନପୂରୁଣୁ ‘ଫୋନି’ ବାତ୍ୟା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ମୋଟ ୧୪ଟି ଜିଲ୍ଲାରେ ତାଣ୍ଡବ ରଚିଛି।

ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ପୁରୀ ଜିଲ୍ଲାରେ ସର୍ବାଧିକ ୩୭,୮୬୩ଟି ପରିବାର, ଖୋର୍ଦ୍ଧାରେ ୧୦,୫୦୭ଟି ପରିବାର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦,୬୫୬ଟି ପରିବାର, ଜଗତସିଂହପୁରରେ ୫୬୫ଟି ପରିବାର ଓ କଟକରେ ୨,୮୯୪ଟି ପରିବାରକୁ କାର୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଏସବୁ ପରିବାର ପ୍ରିଣ୍ଟିଂ ହୋଇଥିବା ରାସନକାର୍ଡ ପାଇନାହାନ୍ତି ସେମାନେ ସରକାରଙ୍କ ବାତ୍ୟା ରିଲିଫରୁ ବଞ୍ଚିତ ହେବାର ଆଶଙ୍କା ଉପୁଜିଛି।

ତେବେ ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଥିଲେ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟର ୯୪ଲକ୍ଷ ୪୩ହଜାର ୧୨୨ଟି ପରିବାର ଓ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନରେ ୭ଲକ୍ଷ ୫୬ହଜାର ୦୨୭ଟି ପରିବାରକୁ ସାମିଲ କରାଯାଇଛି। ଏହି ଦୁଇ ଯୋଜନାରେ ଅନେକ ଯୋଗ୍ୟ ଗରିବ ପରିବାର ସାମିଲ ହୋଇନଥିବା ସମ୍ପର୍କରେ ଖାଦ୍ୟ କମିଶନ ମଧ୍ୟ ଅନେକ ସମୟରେ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ତାଗିଦ୍ କରିଛନ୍ତି। କିନ୍ତୁ ୫ଟି ଜିଲ୍ଲାରେ ପ୍ରାୟ ୬୨ହଜାର ପରିବାରକୁ ପ୍ରିଣ୍ଟିଂ ହୋଇଥିବା ରାସନକାର୍ଡ ମିଳିନି। ତେବେ ଅନେକ ପରିବାର ରାସନ କାର୍ଡ ପାଇନଥିଲେ ମଧ୍ୟ ସେମାନଙ୍କ ନାଁ ଫାଇନାଲ ପ୍ରାୟରିଟି ଲିଷ୍ଟ(ଏଫପିଏଲ)ରେ ରହିଛି ଓ ସେମାନେ ଖାଦ୍ୟସାମଗ୍ରୀ ମଧ୍ୟ ପାଇବାକୁ ହକଦାର। ତେବେ ପୁରୀ,ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୩୦ହଜାର ଆବେଦନ ଏବେ ସରକାରଙ୍କ ବିଚାରାଧୀନ ରହିଥିବା ପୂର୍ବୋକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ବାତ୍ୟାରେ ସବୁ ବର୍ଗର ଲୋକେ କ୍ଷତିଗ୍ରସ୍ତ ହୋଇଥିବାବେଳେ ରିଲିଫ ସହାୟତା ପ୍ରଦାନ ପାଇଁ ଏଭଳି ସର୍ତ୍ତାବଳୀ (ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାର) ସରକାର କାହିଁକି ଚୂଡ଼ାନ୍ତ କରିଛନ୍ତି ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ‘ଫୋନି’ ପ୍ରଭାବିତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ରାସନକାର୍ଡ ନଥିଲେ ମଧ୍ୟ ରିଲିଫ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ନଥାଇ ମଧ୍ୟ ବସ୍ତିବାସିନ୍ଦାଙ୍କୁ ୫୦କିଲୋ ଚାଉଳ, ୨ହଜାର ଟଙ୍କା ଓ ପଲିଥିନ ବାବଦରେ ୫୦୦ଟଙ୍କା ରିଲିଫ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଭୁବନେଶ୍ୱରର ବସ୍ତି ବାହାରେ ବି ଅନେକ ଗରିବ ଲୋକ ରହୁଛନ୍ତି। ସେମାନଙ୍କ ପ୍ରତି ସରକାର ଏଭଳି ବିମୁଖ କାହିଁକି? ଯଦି ଭୁବନେଶ୍ୱରରେ ଫୋନି ପ୍ରଭାବିତ ବସ୍ତିବାସିନ୍ଦାଙ୍କ ପାଇଁ ସର୍ତ୍ତାବଳୀକୁ ସରକାର କୋହଳ କରିପାରୁଛନ୍ତି ତା’ହେଲେ ଗ୍ରାମାଞ୍ଚଳରେ କ୍ଷତିଗ୍ରସ୍ତ ଗରିବଙ୍କ ପ୍ରତି ନିରବ କାହିଁକି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story