ଓଜେଇଇ ନାଁରେ ଜାଲ୍ ବିଜ୍ଞାପନ, ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ସେଲ୍‌(ଓଜେଇଇ) ନାଁରେ ଏକ ଜାଲ୍ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ଓଜେଇଇ ପକ୍ଷରୁ ଭୁବନେଶ୍ୱର ଏୟାର ଫିଲ୍‌ଡ ଥାନାରେ ଅଭିଯୋଗ ହୋଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ୨୧ ତାରିଖରେ ଏକ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିରେ ଗୋଟିଏ ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା। […]

OJEE

Manoranjan Sial
  • Published: Thursday, 27 June 2019
  • , Updated: 27 June 2019, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ସେଲ୍‌(ଓଜେଇଇ) ନାଁରେ ଏକ ଜାଲ୍ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ଓଜେଇଇ ପକ୍ଷରୁ ଭୁବନେଶ୍ୱର ଏୟାର ଫିଲ୍‌ଡ ଥାନାରେ ଅଭିଯୋଗ ହୋଇଛି।

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ୨୧ ତାରିଖରେ ଏକ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିରେ ଗୋଟିଏ ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା। ଏହା ଅସଲି ବିଜ୍ଞାପନ ପରି ଲାଗୁଥିଲେ ହେଁ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ପରେ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ (ଓପେକା) ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବିଜ୍ଞାପନଟି ଜାଲ୍‌ ବୋଲି କହିଥିଲା। ଏଥିସହ ଓଜେଇଇ ପକ୍ଷରୁ କୌଣସି ବିଜ୍ଞାପନ ବାହାରିନଥିବା କଥା ସ୍ପଷ୍ଟ କରିଥିଲା। ପରେ, ରାଜ୍ୟ ଦକ୍ଷତା ବିକାଶ ବିଭାଗ ଓ ବୈଷୟିକ ଶିକ୍ଷା ସଚିବଙ୍କୁ ଚିଠି ମାଧ୍ୟମରେ ଓପେକା ଅବଗତ ମଧ୍ୟ କରାଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଏଭଳି ମିଛ ବିଜ୍ଞାପନ ପଛରେ କାହାର ହାତ ରହିଛି? ଏହା ପଛରେ ଏକ ରାକେଟ୍ କାମ କରୁନାହିଁ ତ? ସେପଟେ ଛାତ୍ରଛାତ୍ରୀ ଏଭଳି ବିଜ୍ଞାପନ ଦ୍ୱାରା ଦ୍ୱନ୍ଦ୍ୱରେ ପଡୁଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା କହିଛନ୍ତି ଛାତ୍ରଛାତ୍ରୀ।

Related story