ଓଡ଼ିଶାକୁ ପୁଣି ଫେରିଲା ଖଣି ଦୁର୍ନୀତି: ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ଓଡ଼ିଶାକୁ ଖଣି ଦୁର୍ନୀତି ଫେରିଛି । ରାଜ୍ୟରେ ବେଆଇନ ଖଣି କାରବାରର ଅଭିଯୋଗ ଆଣି ଉଭୟ ବିଜେପି ଓ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ, ପ୍ରଶାସନିକ ଅଫିସର ଓ ରାଜ୍ୟ ସରକାରଙ୍କ କିଛି ଲୋକ ଏହି ଖଣି ଦୁର୍ନୀତି କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗୃହରେ ବେଆଇନ ଖଣି କାରବାର ପ୍ରସଙ୍ଗ ଉଠାଇ […]

assembly2

assembly2

Tapas Behera
  • Published: Monday, 05 October 2020
  • Updated: 05 October 2020, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ଓଡ଼ିଶାକୁ ଖଣି ଦୁର୍ନୀତି ଫେରିଛି । ରାଜ୍ୟରେ ବେଆଇନ ଖଣି କାରବାରର ଅଭିଯୋଗ ଆଣି ଉଭୟ ବିଜେପି ଓ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ, ପ୍ରଶାସନିକ ଅଫିସର ଓ ରାଜ୍ୟ ସରକାରଙ୍କ କିଛି ଲୋକ ଏହି ଖଣି ଦୁର୍ନୀତି କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗୃହରେ ବେଆଇନ ଖଣି କାରବାର ପ୍ରସଙ୍ଗ ଉଠାଇ ଖଣିମାଫିଆ ଓ ମୁଷ୍ଟିମେୟ ଅଫିସର ମିଳିମିଶି ୧ଲକ୍ଷ କୋଟି ଟଙ୍କା ଲୁଟି ନେଇଛନ୍ତି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ କିଛି ଲୋକ ଏଥିରେ ସଂଶ୍ଲୀଷ୍ଟ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଲେ ବି ଉତ୍ତର ମିଳୁନି। ଏମଏମଡିଆର ଆକ୍ଟ-୨୦୧୫ର ତ୍ରୁଟିପୂର୍ଣ୍ଣ ବିଶ୍ଲେଷଣ କରି ଖିଲାପୀ ଖଣି ଲିଜଧାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଖଣି ଲିଜ ନବୀକରଣରେ ସେହି ଖିଲାପୀ ଖଣିଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଛି। ଯେଉଁଥିପାଇଁ ରାଜ୍ୟ ରାଜକୋଷକୁ କୋଟିକୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ସିରାଜଉଦ୍ଦିନ ଖଣି, ରୁଙ୍ଗଟା ମାଇନ୍ସ ଓ  ଆର‌୍ୟନ ମାଇନିଂକୁ ୨୦୧୫ରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବେଆଇନ ଭାବେ ଖଣିକାରବାର କରିବାକୁ ଦିଆଯାଇଥିଲା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସେ ଚିଠି ଲେଖି ଜଣାଇଲେ ମଧ୍ୟ କୌଣସି ଉତ୍ତର ମିଳୁନି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୁପ୍ରିମକୋର୍ଟର ଏକ ମାମଲା ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟର ୯ଟି ଖଣିରେ ୩୬୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ସରକାରଙ୍କ ଅଜାଣତରେ ଏହା କେବେ ସମ୍ଭବପର ନୁହେଁ। ଏହି କ୍ଷତି ପାଇଁ ଦାୟୀ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଯେଉଁ ୯ଟି ଖଣିରେ ରାଜସ୍ୱ କ୍ଷତି ହୋଇଛି ସେଗୁଡ଼ିକ ହେଲା ନୂଆଗାଁ ଲୁହାପଥର ଖଣି, ଉଚ୍ଚପାଲି, ବଳଦା ଲୁହାପଥର, ଠାକୁରାଣୀ, ନଇଡ଼ା,ନଦିଢ଼ି, ଜୁରିଡ଼ି ଓ ନାରାୟଣୀପୋଷି ଲୁହାପଥର ଖଣି ବୋଲି ସେ କହିଛନ୍ତି । ଜଷ୍ଟିସ ଏମବି ଶାହା କମିଶନ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ। ୟୁପିଏ-୨ ସରକାରର ଶେଷ ସମୟରେ ଏହି ସୁପାରିସ୍ କରିଥିଲାବେଳେ ଏନଡିଏ ସରକାର କାହିଁକି ଏହି ସୁପାରିସ୍ ଆଧାରରେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ ଯେ, ୨୦୧୫-୧୬ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ କେନ୍ଦ୍ର ତତକାଳୀନ କୋଇଲା ଓ ଶକ୍ତି ମନ୍ତ୍ରୀ ପୀୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ କହିଥିଲେ ଯେ ଖଣି ନିଲାମୀରୁ ଓଡ଼ିଶାକୁ ଲକ୍ଷାଧିକ କୋଟି ଟଙ୍କାର ଖଣି ରାଜସ୍ୱ ମିଳିବ। କେତେ ଟଙ୍କା ପ୍ରକୃତରେ ରାଜ୍ୟ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆଧାରରେ ରାଜ୍ୟ ସରକାର ଖଣି ନିଲାମ କରୁଛନ୍ତି। କିଛି ଲୁଚା ଯାଇନି। ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି। ବିଗତ ଦିନରେ ରାଜନୀତିକ ଫାଇଦା ନେବାକୁ ଚାହିଁଥିଲେ, କିନ୍ତୁ ପାରିଲେନି। ବିରୋଧୀ ଦଳ ସଦସ୍ୟମାନେ ଗୃହରେ ବାହାସ୍ଫୋଟ ନମାରି ତଥ୍ୟଭିତ୍ତିକ କଥା କୁହନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos