ରାଜ୍ୟରେ ବିଜେଡି ସରକାର ନୁହେଁ ‘ପିସି’ ସରକାର ଚାଲିଛି: ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଂଚିଛି । ମୁଖ୍ୟମନ୍ତ୍ରୀ ନିଜେ ‘ଷ୍ଟପ୍ ପିସି’ ବୋଲି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢ଼ିଛି । ସବୁ ବର୍ଗର ଅଧିକାରୀ ଏହି ପିସି କାରବାରେ ଲିପ୍ତ ଅଛନ୍ତି । ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଯାଇଛି । ଲାଗୁଛି ରାଜ୍ୟରେ ବିଜେଡି ସରକାର ନୁହେଁ ବରଂ ପିସି ସରକାର ଚାଲିଛି । ଆଜି ବିଧାନସଭାରେ ବିରୋଧୀ ସଦସ୍ୟମାନେ ଏଭଳି ଢଙ୍ଗରେ […]

assmb

assmb

Ordigital Desk
  • Published: Wednesday, 27 July 2022
  • Updated: 27 July 2022, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଂଚିଛି । ମୁଖ୍ୟମନ୍ତ୍ରୀ ନିଜେ ‘ଷ୍ଟପ୍ ପିସି’ ବୋଲି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢ଼ିଛି । ସବୁ ବର୍ଗର ଅଧିକାରୀ ଏହି ପିସି କାରବାରେ ଲିପ୍ତ ଅଛନ୍ତି । ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଯାଇଛି । ଲାଗୁଛି ରାଜ୍ୟରେ ବିଜେଡି ସରକାର ନୁହେଁ ବରଂ ପିସି ସରକାର ଚାଲିଛି । ଆଜି ବିଧାନସଭାରେ ବିରୋଧୀ ସଦସ୍ୟମାନେ ଏଭଳି ଢଙ୍ଗରେ ଶାସକ ଦଳ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ତେବେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସଫେଇ ଦେଇଛନ୍ତି ।

ବିଧାନସଭାରେ ଆଜି ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ‘ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡ଼ା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ’ ଶୀର୍ଷକ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସଭ୍ୟମାନେ ଏହି ଆଲୋଚନାରେ ଭାଗ ନେଇ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ପିସି କାରବାର ବହୁ ପରିମାଣରେ ବଢ଼ି ଚାଲିଛି । ବିନା ପିସି କାରବାରରେ ସରକାରୀ ଅଫିସରେ କିଛି ହେଉନାହିଁ । ଶୂନ୍ୟ ସହନଶୀଳତା କଥା କେବଳ ନିର୍ମଳ ଭାବମୂର୍ତ୍ତି ଗଠନ କରିବା ପାଇଁ ହୋଇଛି । ଏହି ଶବ୍ଦକୁ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଗଠନ କରିବା ପାଇଁ ଅମୋଘ ଅସ୍ତ୍ର ଭାବେ ଶାସକ ଦଳ ଓ ସରକାର ଉପଯୋଗ କରୁଛନ୍ତି । ଏବେ ଯେଉଁ ଅଫିସର ଭିଜିଲାନ୍ସ ହାତରେ ଧରା ପଡ଼ୁଛି ତା’ପାଖରେ କୋଟିକୋଟି ଟଙ୍କା ସମ୍ପତ୍ତି ମିଳୁଛି । ଏସବୁ କେମିତି ସମ୍ଭବପର ହେଉଛି ଓ ସରକାରଙ୍କ ଦୃଷ୍ଟିକୁ ଏସବୁ କିଭଳି ଆସିପାରିନି । ନିମାପଡ଼ାର ସହକାରୀ ଯନ୍ତ୍ରୀ କୋଟିକୋଟି ଟଙ୍କା ଉପାର୍ଜନ କଲେ କେମିତି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ପିସି କାରବାର ଚରମସୀମାରେ ପହଂଚିବା ଅଭିଯୋଗ ସତ୍ୟ ନୁହେଁ । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସବୁ କ୍ଷେତ୍ରରେ ପାରଦର୍ଶିତା ଆଣି ଦୁର୍ନୀତିକୁ ରୋକିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଦୁର୍ନୀତି ମୂଳପୋଛ ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ପିସି ସଂସ୍କୃତି ଚାଲିଛି ବୋଲି ବିରୋଧୀ ଅଭିଯୋଗର ସତ୍ୟତା ନାହିଁ । ରାଜ୍ୟରେ ଟେଣ୍ଡର ପ୍ରକ୍ରିୟା ଅନଲାଇନରେ ହେଉଛି । ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନଠୁ ଆରମ୍ଭ କରି ବିଲ୍ ପୈଠ ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ହେଉଛି । ଗତ ୨୦୨୧ ଜାନୁୟାରୀ ୧ରୁ ୨୦୨୨ ଜୁନ୍ ୩୦ତାରିଖ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ୭୫୮ଜଣଙ୍କ ବିରୁଦ୍ଧରେ ୪୦୪ଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି । ଯେଉଁଥିରେ ୭୬ଜଣ ‘କ’ବର୍ଗର, ୬୮ଜଣ ‘ଖ’ ବର୍ଗର ଅଧିକାରୀ ଅଛନ୍ତି ।

ସେହିପରି ୪୩ଜଣ ‘କ’ ବର୍ଗ ଓ ୪୯ଜଣ ‘ଖ’ ବର୍ଗ ଅଧିକାରୀଙ୍କ ସମେତ ୨୭୨ଜଣଙ୍କୁ ଗିରଫ କରାଯାଇଛି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଓ ଟ୍ରାପ୍ କେସରେ ୨୫୪.୫୭କୋଟି ଟଙ୍କା ଜବତ କରାଯାଇଛି । ୧୦ଜଣ ‘କ’ ଓ ୫ଜଣ ‘ଖ’ ବର୍ଗର ଅଧିକାରୀଙ୍କ ସମେତ ୮୮ଜଣ ବ୍ୟକ୍ତି ୭୫ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୬ଜଣ ଦୋଷୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ଓ ୧୫ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ମଧ୍ୟ ବନ୍ଦ କରାଯାଇଛି । ଭିଜିଲାନ୍ସ ନିଜର ପୂର୍ବ ରେକର୍ଡକୁ ଅତିକ୍ରମ କରି ଜଣେ ‘ଖ’ ବର୍ଗର ଅଧିକାରୀଙ୍କଠୁ ୧୪କୋଟି ୮୮ଲକ୍ଷ ଟଙ୍କା ଆୟବର୍ହିଭୁତ ସମ୍ପତ୍ତି ଠାବ କରିଛି । ଗୋଟିଏ ଟ୍ରାପ କେସରେ ‘ଖ’ ବର୍ଗ ଅଧିକାରୀଙ୍କଠୁ ୧୦ଲକ୍ଷ ଟଙ୍କା ଠାବ କରାଯାଇଛି ।

ସେହିପରି ରାଜ୍ୟରେ କାର୍ଯ୍ୟରତ ସମସ୍ତ ଠିକାଦାରଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଇ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଉଛି । ଅନଲାଇନରେ ଆବେଦନଠୁ ଆରମ୍ଭ କରି ଲାଇସେନ୍ସ ପାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି । ଠିକାଦାର ବା ଠିକା ସଂସ୍ଥାଙ୍କୁ ଅନଲାଇନରେ ସେମାନଙ୍କ ବିଲ୍ ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଉଛି ଓ ଏଥିରେ ମଧ୍ୟ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ତେଣୁ ରାଜ୍ୟରେ ପିସି କାରବାର ବୃଦ୍ଧି ଘଟିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story