ସମାବେଶ ପୂର୍ବରୁ ଚାଷୀଙ୍କୁ ଉଠାଇ ନେବାକୁ ନିନ୍ଦା କଲେ ବିରୋଧୀ: କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀମାନେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରିଆସୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିବା ସଙ୍ଗେସଙ୍ଗେ ବାରମ୍ୱାର ପ୍ରତାରିତ କରି ଆସୁଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଏକତ୍ର ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବା ପାଇଁ ଭୁବନେଶ୍ୱର ଆସିଥିଲେ। ମାତ୍ର ଅଧା ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ବଳପୂର୍ବକ ଆସି […]

fermer

fermer

Manoranjan Sial
  • Published: Monday, 05 November 2018
  • Updated: 05 November 2018, 08:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀମାନେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରିଆସୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିବା ସଙ୍ଗେସଙ୍ଗେ ବାରମ୍ୱାର ପ୍ରତାରିତ କରି ଆସୁଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଏକତ୍ର ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବା ପାଇଁ ଭୁବନେଶ୍ୱର ଆସିଥିଲେ। ମାତ୍ର ଅଧା ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ବଳପୂର୍ବକ ଆସି ବା ପାଇଁ ଚେଷ୍ଟା କଲା ବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଅତି ନିର୍ଦ୍ଦୟ ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଘୋଷାରି ଘୋଷାରି ନେଇଥିଲା। ଏପରିକି ମହିଳା ଆନ୍ଦୋଳନକାରୀଙ୍କୁ ପୁରୁଷ ପୁଲିସ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି।

ରାଜଧାନୀରେ ସମାବେଶ ପୂର୍ବରୁ ଚାଷୀଙ୍କୁ ପୁଲିସ ବଳପୂର୍ବକ ଅଟକାଇବା ଓ ଚାଷୀଙ୍କ ଦାବି ପୂରଣ ପାଇଁ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସରକାର ଚାଷୀଙ୍କୁ ବାରମ୍ବାର ଭଣ୍ଡାଉଛନ୍ତି ଓ ନାଟକବାଜି କରୁଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିରୋଧୀଦଳ ନେତା କହିଛନ୍ତି, ଚାଷୀଙ୍କ ଉପରେ ବଳପ୍ରୟୋଗ ଅଗଣତାନ୍ତ୍ରିକ। ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“୬୦ ବର୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ରାଜ୍ୟ ସରକାର ମାସିକ ୩୦୦ ଟଙ୍କା ଲେଖାଏ ପେନ୍‌ସନ୍‌ ଦେଉଛନ୍ତି। ଯଦି ସେମାନେ ଅଧିକ ଦାବି କରୁଛନ୍ତି, ତାହାହେଲେ କମିଟି ନିଷ୍ପତ୍ତି ନେବ।”

ସେପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଚାଷୀଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ମହିଳା ଚାଷୀଙ୍କୁ ପୁରୁଷ ପୁଲିସ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ଓ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିବା ନିନ୍ଦନୀୟ ବୋଲି ଦର୍ଶାଇଛନ୍ତି ବୈଜୟନ୍ତ। ତା’ସହ ବିକ୍ଷୋଭ ସମୟରେ ଶାସକ ଦଳର କର୍ମୀମାନେ ବାରମ୍ବାର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିଲେ ବି ଚାଷୀଙ୍କୁ ରାଜଧାନୀରେ ଶାନ୍ତିପୂର୍ଣ୍ଣ ରାଲି କରିବାକୁ ରାଜ୍ୟ ସରକାର କାହିଁକି ଅନୁମତି ଦେଲେ ନାହିଁ ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନ କରିବାରୁ ଚାଷୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି। ତାହାହେଲେ ଇଏ କି କଣତନ୍ତ୍ର? ଇଏ ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଆଇନ୍‌ ବିରୋଧୀ। ଏଥିରୁ ପ୍ରମାଣିତ ହେଉଛି ଇଏ ଚାଷୀ ବିରୋଧୀ ସରକାର।”

ବିଜେପିର କଟୁ ସମାଲୋଚନା

ଚାଷୀଙ୍କ କଣ୍ଠରୋଧ ଦୁଭାର୍ଗ୍ୟଜନକ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ଗଣତାନ୍ତ୍ରିକ ଉପାୟରେ ନିଜର କଥା ରଖିବା ପାଇଁ ଆସୁଥିବା ଚାଷୀଙ୍କ କଣ୍ଠରୋଧ କରିବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ନକରି ସେମାନଙ୍କୁ ହଇରାଣ କରି ରାସ୍ତାରେ ଗିରଫ କରିବା ଘଟଣାକୁ ବିଜେପି ନିନ୍ଦା କରୁଛି। ଚାଷୀମାନଙ୍କ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିକୁ ରାଜ୍ୟ ସରକାର ତୁରନ୍ତ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ। ଚାଷୀଙ୍କୁ ସେମାନଙ୍କ ହକ୍ ଓ ନ୍ୟାୟ ତୁରନ୍ତ ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଣ୍ଡା କହିଛନ୍ତି ଯେ ୧୯ବର୍ଷ ଶାସନ କାଳରେ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପାଣିର ଗାର ପାଲଟିଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ତରବରିଆ ଭାବେ ମନ୍ତ୍ରିସ୍ତରୀୟ କମିଟି ଗଠନ କରିବା କେବଳ ଏକ ପ୍ରହେଳିକା। ରାଜ୍ୟ ସରକାରଙ୍କ ଅତ୍ୟଧିକ ପିସି କାରବାର,ସ୍ଥାଣୁତା ଓ ଅପାରଗତା ଯୋଗୁ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ରାଜ୍ୟର ଚାଷୀଙ୍କ ପାଖରେ ପହଞ୍ଚି ପାରୁନି।

ସେ ଆହୁରି କହିଛନ୍ତି, ରାଜ୍ୟରେ କୃଷି କମିଶନ ୨୦୧୨ ମସିହାରେ ତିଆରି ହୋଇଥିଲା। କୃଷି କମିଶନ ରିପୋର୍ଟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନି। କୃଷି ବଜେଟ୍ ଓ କୃଷି କ୍ୟାବିନେଟ ଘୋଷଣା କେବଳ ଫାଇଲ ମଧ୍ୟରେ ସୀମିତ ରହିଛି। ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ନକରିବା, ଭାଗଚାଷୀଙ୍କ ପାଇଁ ଆଇନ ନଆଣିବା, ସବୁ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବ କହି ଗୋଟିଏ ବି ଆରମ୍ଭ ନହେବା, ଆଳୁ ମିଶନ ବିଫଳ ହେବା ଆଦିରୁ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଜଳଜଳ ହୋଇ ଜଣାପଡ଼ୁଛି। ସରକାରଙ୍କ ଏଭଳି ନୀତି ଯୋଗୁ ଋଣଭାରରେ ଥିବା ଚାଷୀ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଦୁଃସ୍ଥିତିରେ ଅଛନ୍ତି ରାଜ୍ୟର ଚାଷୀ: ପିସିସି ସଭାପତି

ଚାଷୀ ଆନ୍ଦୋଳନକୁ ପୁଲିସ ମାଧ୍ୟମରେ ଭଣ୍ଡୁର କରିବା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀବିରୋଧୀ ନୀତି ପ୍ରତିବାଦରେ ହଜାର ହଜାର ଚାଷୀ ଭୁବନେଶ୍ୱର ମୁହାଁ ହୋଇଛନ୍ତି। ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ବଳପୂର୍ବକ ଘଉଡ଼ାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସେ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ ଓଡ଼ିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ। ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ପରିତାପର ବିଷୟ ସମଗ୍ର ଦେଶରେ ଓଡ଼ିଶାର ଚାଷୀଙ୍କ ଉପାର୍ଜନ ସବୁଠୁ କମ୍। ରାଜ୍ୟର ଅର୍ଦ୍ଧେକ ଅନ୍ନଦାତା ଏବେ ଋଣରେ ବୁଡ଼ି ରହିଛନ୍ତି। ଜଳସେଚନ ରାଜ୍ୟରେ ଚାଷୀଙ୍କ ପାଇଁ ଉଦବେଗର ମୁଖ୍ୟ ବିଷୟ। ପ୍ରତି ୩ଜଣରେ ଜଣେ ଚାଷୀ ଜଳସେଚନ ଅଭାବର ଶିକାର ହୋଇଛି। ଚାଷୀ ଏବେ ଜଳସେଚନ ପାଇଁ ବର୍ଷାର ଭରସାରେ ରହୁଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମାତ୍ର ୫ ପ୍ରତିଶତ ଚାଷୀ ବୀମାଭୁକ୍ତ ହୋଇଛନ୍ତି। ରାଜ୍ୟର ଅଧିକାଂଶ ନାମମାତ୍ର ଚାଷୀ ହୋଇଥିବାରୁ ବ୍ୟାଙ୍କରୁ ଋଣ ପାଇବା କଷ୍ଟକର। ତେଣୁ ସେମାନେ ଘରୋଇ ସାହୁକାରଠୁ ୪୦% ସୁଧରେ ଋଣ ନେଇ ଶୋଷିତ ହେଉଛନ୍ତି। ରାଜ୍ୟରେ ବିଜେଡି ସରକାର ଅମଳରେ ୩୭୦୦ ଚାଷୀ ଆତ୍ମହତ୍ୟା କରିଛନ୍ତି। ବିଜେଡି ପ୍ରଥମେ ଚାଷୀଙ୍କ ଆତ୍ମହତ୍ୟାକୁ ସେମାନଙ୍କ ପାରିବାରିକ ବିବାଦ ଓ ମଦ ପିଇବାଜନିତ ହୋଇଥିବା କହିଥିବାବେଳେ ତାଙ୍କ ନିଜ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ।

https://youtu.be/I1VcsegNRQw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story