ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଜୁଳି ଦଳ ୨୦ ପଇସା ବଢ଼ାଇଛନ୍ତି। ଏହାକୁ ସମଗ୍ର ରାଜ୍ୟରେ ବିରୋଧ କରାଯାଉଛି। ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜୁଳି ଦଳ ବଢ଼ିବା ସପକ୍ଷରେ ଶକ୍ତିମନ୍ତ୍ରୀ ଯୁକ୍ତି ରଖୁଥିବା ବେଳେ ବିଜେପି ଏହାକୁ ଜନସ୍ୱାର୍ଥ ବିରୋଧୀ ବୋଲି କହିଛନ୍ତି।
ବିଜୁଳି ଦର ବୃଦ୍ଧି ମୁଲତବି ନୋଟିସ୍ରେ ଗୃହରେ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି-“୭ ବର୍ଷ ପରେ ବିଜୁଳି ଦର ବଢ଼ିଲା। ୟୁନିଟ୍ ପିଛା ମାତ୍ର ୨୦ ପଇସା ବଢ଼ିଛି। NTPC, NHPC, PGCIL ୬୮% ବୃଦ୍ଧି କରିଥିବାରୁ ଦର ବୃଦ୍ଧି କରାଗଲା। ଗୋଟିଏ ଦୁଇଟିକୁ ଛାଡ଼ି ବାକି ରାଜ୍ୟର ବିଜୁଳି ଦର ଓଡ଼ିଶା ଉପରେ ରହିଛି।
ଶକ୍ତି ମନ୍ତ୍ରୀଙ୍କ ବିବୃତିକୁ ଜନସ୍ୱାର୍ଥ ବିରୋଧୀ କହିଲେ ବିଜେପି ବିଧାୟକ ମୋହନ ମାଝୀ। ସେ କହିଛନ୍ତି, ବିପଦ ସମୟରେ ଦର ବୃଦ୍ଧି କଟା ଘାରେ ଚୂନ ଦେବା ଭଳି। ବିଜୁଳି ବିକୁଛନ୍ତି ୩.୩୩ ପଇସାରେ କିନ୍ତୁ କିଣୁଛନ୍ତି ୩.୮୧ ପଇସାରେ। ଦର ବୃଦ୍ଧି ପ୍ରତ୍ୟାହାର କରନ୍ତୁ ନଚେତ ମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି ମୋହନ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।