ଧର୍ମେନ୍ଦ୍ର ମୃତ୍ୟୁ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲ ଭୁଲିଗଲେ ବିରୋଧୀ, ମନ୍ତ୍ରୀ ଆଶ୍ୱସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଭଳି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରବଳ ହଟ୍ଟଗୋଳ କରିଥିବା ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ନିରବ । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ କରିଥିବା ବିରୋଧୀ ଦଳ ଗତ ୧୫ ଦିନ ଧରି ନିରବ ରହି […]

archana

archana

Ordigital Desk
  • Published: Tuesday, 13 December 2022
  • Updated: 13 December 2022, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଭଳି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରବଳ ହଟ୍ଟଗୋଳ କରିଥିବା ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ନିରବ । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ କରିଥିବା ବିରୋଧୀ ଦଳ ଗତ ୧୫ ଦିନ ଧରି ନିରବ ରହି ପରୋକ୍ଷରେ ଗଣଶିକ୍ଷା ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଥିବାବେଳେ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗକୁ ମଧ୍ୟ ମିଳିମିଶି ଚପାଇ ଦେଇଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ ସହ ବାରମ୍ବାର ପ୍ରେସମିଟ୍ ଆଦି କରି କମିଶନରେଟ ପୁଲିସ ଓ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଥିଲେ । ଏପରିକି ମୃତ ଧର୍ମେନ୍ଦ୍ରଙ୍କ ଫୋନ୍ କଲ ରେକର୍ଡିଂରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ନାଁ ସ୍ପଷ୍ଟ ଭାବେ ରହିଥିବା ନେଇ ବିଜେପି ପକ୍ଷରୁ ତଥ୍ୟପ୍ରମାଣ ଉପସ୍ଥାପନ କରାଯିବା ସହ ନବୀନ ନିବାସ ଘେରାଉ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ତେବେ ଧର୍ମେନ୍ଦ୍ରଙ୍କ ହତ୍ୟା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କୁ ପୁଲିସ ଜେରା କରିବା ପାଇଁ ଦାବି କରୁଥିବା ବିଜେପି ଏବେ ସମ୍ପୂର୍ଣ୍ଣ ନିରବ ହୋଇଯାଇଛି । ସେହିପରି ଧର୍ମେନ୍ଦ୍ର ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା କଂଗ୍ରେସ ମଧ୍ୟ ଏବେ ନିରବ ରହିଛି । ଧର୍ମେନ୍ଦ୍ରଙ୍କ ଅଡିଓ ରେକର୍ଡ ଓ ତାଙ୍କ ସାମ୍ବାଦିକ ବନ୍ଧୁଙ୍କ ମଧ୍ୟରେ କଥାବାର୍ତ୍ତା ସୋସିଆଲ ମିଡିଆରେ ଘୁରି ବୁଲିଥିଲେ ମଧ୍ୟ ପୁଲିସ କାହିଁକି ଏସବୁକୁ ତଦନ୍ତ ପରିସରଭୁକ୍ତ କଲାନି ଓ ଅଭିଯୋଗ ରହିଥିବା ମନ୍ତ୍ରୀଙ୍କୁ ଜେରା କଲାନି ତାହା ପୁଲିସର କାର୍ଯ୍ୟଶୈଳୀକୁ ସନ୍ଦେହଘେରକୁ ଟାଣି ଦେଇଛି ।

ସେହିପରି ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସମେତ ବିଜେଡିର କିଛି ବିଧାୟକଙ୍କ ସମ୍ପୃକ୍ତିର ଅଭିଯୋଗ ଥିବା ସତ୍ତ୍ୱେ ଦୁଇ ଦଳ ବିଜେପି ଓ କଂଗ୍ରେସ ଏହି ଘଟଣାରେ ନିରବ ରହିଛନ୍ତି । ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ବେଳେ କମିଶନରେଟ ପୁଲିସର ତଦନ୍ତ ଏବେ ସମ୍ପୂର୍ଣ୍ଣ ଠପ୍ ରହିଛି । ଏହି ସେକ୍ସ ସ୍କାଣ୍ଡାଲର ଅପରାଧିକ ଓ ବ୍ଲାକମେଲିଂର ଦିଗ ଉପରେ ତଦନ୍ତକୁ କମିଶନରେଟ ପୁଲିସ ସାମାନ୍ୟତମ ଆଗେଇ ନେବାକୁ ଚାହିଁନି । ଯଦିଓ ଧର୍ମେନ୍ଦ୍ର ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାର ତଦନ୍ତ ଦାୟିତ୍ୱ କମିଶନରେଟ ପୁଲିସ ପାଖରେ ରହିଛି, କିନ୍ତୁ ଅଜଣା ଚାପରେ ଏହି ଦୁଇଟି ମାମଲାର ତଦନ୍ତ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଅନ୍ୟପକ୍ଷରେ ଶାସକ ବିଜେଡି ଅତ୍ୟନ୍ତ ଚତୁରତାର ସହ ନିଜର ଏହି ବିବାଦୀୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ପଦ୍ମପୁର ଉପନିର୍ବାଚନରେ ବିଭିନ୍ନ ଜୋନ୍ ଓ ପଂଚାୟତ ଦାୟିତ୍ୱ ଦେଇ ସେମାନଙ୍କୁ କ୍ଲିନଚିଟ୍ ଦେଇଛି । ଆଉ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶାସକ ଦଳର ସମ୍ପୃକ୍ତି ଅଭିଯୋଗକୁ ନେଇ ତଥ୍ୟ ପ୍ରମାଣ ଥାଇ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ନିରବ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story