ବିରୋଧୀ ଦଳ ନେତା କହିଲେ, ‘ଆମର ସଂଖ୍ୟା ହେଉନି, ଆମେ ଲଢ଼ିବୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ଆଜି ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଛି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମର ସଂଖ୍ୟା ହେଉନି, ସେଥିଲାଗି ଆମେ ଲଢ଼ିବୁନି। ସଂଖ୍ୟାଗରିଷ୍ଠତା ନ ଥିବାରୁ କ’ଣ ପାଇଁ ଲଢ଼େଇ କରିବାକୁ ଯିବୁ ବୋଲି ସେ ଓଲଟା ପଚାରିଛନ୍ତି। କିନ୍ତୁ ଏନେଇ ପାର୍ଟି ନିଷ୍ପତ୍ତି ହୋଇନି। […]

pradipta-1-1

Niharika Rout
  • Published: Wednesday, 11 March 2020
  • , Updated: 11 March 2020, 12:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ଆଜି ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଛି।

ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମର ସଂଖ୍ୟା ହେଉନି, ସେଥିଲାଗି ଆମେ ଲଢ଼ିବୁନି। ସଂଖ୍ୟାଗରିଷ୍ଠତା ନ ଥିବାରୁ କ’ଣ ପାଇଁ ଲଢ଼େଇ କରିବାକୁ ଯିବୁ ବୋଲି ସେ ଓଲଟା ପଚାରିଛନ୍ତି। କିନ୍ତୁ ଏନେଇ ପାର୍ଟି ନିଷ୍ପତ୍ତି ହୋଇନି।

ସେ ଆହୁରି କହିଛନ୍ତି ନୋମିନେସନ କରିବାର ସଂଖ୍ୟା ଅଛି। ହେଲେ ଜିତିବାର ସଂଖ୍ୟା ନାହିଁ। ଲଢ଼ିକି ଅପଦସ୍ଥ ହେବାକୁ ପସନ୍ଦ କରୁନୁ। ଅପରପକ୍ଷେ କଂଗ୍ରେସ ସହ ମିଶିବାର ସମ୍ଭାବନା ନାହିଁ। ଅନ୍ୟ ଯେକୌଣସି ଦଳ ସହ ମିଳିମିଶି ଆମେ ଯାଇପାରୁ, ହେଲେ କଂଗ୍ରେସ ସହ ମିଶିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ବିଜେପିର ଏହି ବରିଷ୍ଠ ନେତା। ଏହାବ୍ୟତୀତ ଦଳ ଏ ସମ୍ପର୍କରେ  ଚୁଡ଼ାନ୍ତ ନିଷ୍ପତ୍ତି ନେବା ପରେ ଗଣମାଧ୍ୟମକୁ ଅବଗତ କରାଇଦେବେ ବୋଲି ସେ କହିଛନ୍ତି।

ଅପରପକ୍ଷେ, ରାଜ୍ୟସଭା ଆସନକୁ ନେଇ କଂଗ୍ରେସ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେପି, ବିଜେଡି ସଲାସୁତୁରାରେ ସବୁ ହେଉଛି। ଏଥିଯୋଗୁ ୨୩ ଆସନ ଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଦେଉନି। ଆମର ୯ ପ୍ରାର୍ଥୀ ଅଛନ୍ତି। ଆମେ ନୋମିନେସନ ଦାଖଲ କରିପାରିବୁନି। କିନ୍ତୁ ବିଜେପି ବିଜେଡି ଭିତିରି ବୁଝାମଣା ଯୋଗୁ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇ ନ  ଥିବା ସ୍ପଷ୍ଟ ଜଣାପଡ଼ୁଛି।

ସୂଚନାଯୋଗ୍ୟଯେ, ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Related story