ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ବିଧାୟକଙ୍କ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ଦୁଇ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ସେ କହିଛନ୍ତି ,“କରୋନା ମୁକାବିଲା ପାଇଁ ସାରା ଦେଶ ଏକ ମନ ଏକ ପ୍ରାଣରେ ଲଢେଇ କରୁଛି। ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକ ପ୍ରତିନିଧିମାନଙ୍କର ବଡ଼ ଭୂମିକା ରହିଛି। ତେଣୁ ରାଜ୍ୟର ସବୁ ବିଧାୟକଙ୍କ ବିଧାୟକ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ଦୁଇ ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।”
ଏହାସହ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ଅନ୍ୟୁନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ୍ କରିବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡ଼ିକରେ ସଭାପତି, ଅଧ୍ୟକ୍ଷ ଓ ରାଜନୈତିକ ବ୍ୟକ୍ତିବିଶେଷମାନେ ମଧ୍ୟ ୩୦ ପ୍ରତିଶତ କମ୍ ଦରମା ନେବାକୁ ମୁଁ ପ୍ରସ୍ତାବ ଦେଉଛି।
ଗତକାଲି କେନ୍ଦ୍ର ସରକାର ସାଂସଦମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରର ଏହି ବ୍ୟବସ୍ଥା ରାଜ୍ୟରେ ଅନୁରୂପ ଭାବେ ଲାଗୁ ହେଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା।
@dpradhanbjp @CMO_Odisha @Naveen_Odisha @otvnews @kanak_news @BJP4Odisha @NEWS7Odia @ANI
ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି ।
ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର ଲୋକମାନଙ୍କ ପାଇଁ ବଡ଼ ଭୂମିକା ରହିଛି ।— Pradipta Kumar Naik (@pradiptanaikbjp) April 7, 2020
ଓଡ଼ିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ଏମଏଲଏ ଲାଡ୍ ଫଣ୍ଡ 2 ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ।
ଏହାସହ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରନ୍ତୁ ।
— Pradipta Kumar Naik (@pradiptanaikbjp) April 7, 2020
ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡ଼ିକରେ ସଭାପତି ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ 30 ପ୍ରତିଶତ କମ୍ ଦରମା ନେବାକୁ ମୁଁ ପ୍ରସ୍ତାବ ଦେଉଛି ।
— Pradipta Kumar Naik (@pradiptanaikbjp) April 7, 2020
କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ ।
— Pradipta Kumar Naik (@pradiptanaikbjp) April 7, 2020