ଓପିଏସ୍‌ସି ପରୀକ୍ଷାରେ ବିଭ୍ରାଟ, ବଦଳିଯାଉଛି ପରୀକ୍ଷାର୍ଥୀଙ୍କ ମାର୍କ!

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିଶନ (OPSC) ପରୀକ୍ଷା ପରିଚାଳନାରେ ବିଭ୍ରାଟ ଯୋଗୁ ମେଧାବୀ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି। ପରୀକ୍ଷାରେ ଭଲ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମାର୍କ ବାରମ୍ବାର ବଦଳି ଯାଉଛି। ଏପରିକି, ଖାତାର ନକଲ ପାଇବା ପାଇଁ ଲାଗୁଛି ଦେଢ଼ ବର୍ଷ। ଓପିଏସ୍‌ସିରେ ଏପରି ବିଭ୍ରାଟ ଉପରୁ ପର୍ଦ୍ଦା ଉଠାଇଛନ୍ତି ଭଦ୍ରକ ଜିଲ୍ଲାର ଧାମନଗରର ରଜତ ମିଶ୍ର। ଧାମନଗରର ରଜତ ମିଶ୍ର ୨୦୧୫ରେ OAS ଲିଖିତ ପରୀକ୍ଷା ଦେଇଥିଲେ। ଏଥିରେ ସେ […]

bhadrak

bhadrak

Puspanjali Panda
  • Published: Sunday, 04 August 2019
  • Updated: 04 August 2019, 08:16 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିଶନ (OPSC) ପରୀକ୍ଷା ପରିଚାଳନାରେ ବିଭ୍ରାଟ ଯୋଗୁ ମେଧାବୀ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି। ପରୀକ୍ଷାରେ ଭଲ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମାର୍କ ବାରମ୍ବାର ବଦଳି ଯାଉଛି। ଏପରିକି, ଖାତାର ନକଲ ପାଇବା ପାଇଁ ଲାଗୁଛି ଦେଢ଼ ବର୍ଷ। ଓପିଏସ୍‌ସିରେ ଏପରି ବିଭ୍ରାଟ ଉପରୁ ପର୍ଦ୍ଦା ଉଠାଇଛନ୍ତି ଭଦ୍ରକ ଜିଲ୍ଲାର ଧାମନଗରର ରଜତ ମିଶ୍ର।

ଧାମନଗରର ରଜତ ମିଶ୍ର ୨୦୧୫ରେ OAS ଲିଖିତ ପରୀକ୍ଷା ଦେଇଥିଲେ। ଏଥିରେ ସେ କୃତକାର୍ଯ୍ୟ ହେବା ପରେ ତାଙ୍କର ସାକ୍ଷାତକାର ପରୀକ୍ଷା ମଧ୍ୟ ହୋଇଥିଲା। ଏଥିରେ ସେ ଭଲ କରିଥିବାରୁ ଓଏଏସ୍ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ଫଳ ବାହାରିବା ପରେ ମେରିଟ୍ ଲିଷ୍ଟରେ ରଜତଙ୍କର ନାଁ ନଥିଲା। ତ୍ରୁଟି କେଉଁଠି ରହିଲା ଜାଣିବା ପାଇଁ ରଜତ ତାଙ୍କ ଉତ୍ତର ଖାତା ମଗାଇବା ପାଇଁ ଆବେଦନ କରିଥିଲେ। ଉତ୍ତର ଖାତା ପାଇବା ପାଇଁ ତାଙ୍କୁ ତାଙ୍କୁ ଦେଢ଼ବର୍ଷ ଲାଗି ଯାଇଥିଲା। ତେବେ ଉତ୍ତର ଖାତା ଆସିବା ପରେ ମାର୍କ ଦେଖି ରଜତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖାତାରେ ଲେଖାଯାଇଥିବା ମୋଟ ୧୧୭ ମାର୍କକୁ କାଟି ୫୦ କରାଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଖାତାର ୩ଟି ସ୍ଥାନରେ ପ୍ରଥମେ ଦିଆଯାଇଥିବା ମାର୍କକୁ କାଟି କମ୍ କରି ଦିଆଯାଇଥିଲା।

ଏହାର କାରଣ ଜାଣିବା ପାଇଁ ରଜତ ଓପିଏସ୍‌ସି ଅଫିସକୁ ବାରମ୍ୱାର ଯାଇ ସୁଦ୍ଧା ବିଫଳ ହୋଇଥିଲେ। ଶେଷରେ ସେ ସାଧାରଣ ପ୍ରଶାସନ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ଓପିଏସ୍‌ସିକୁ ଚିଠି ଲେଖିଥିଲେ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଖାତାର ନକଲ ଦେବାରେ ବିଳମ୍ବ ହୋଇଥିଲା ବୋଲି ତାଙ୍କୁ କୁହାଯାଇଥିଲା। ମୁଖ୍ୟ ପରୀକ୍ଷା ପରିଚାଳକ ପରେ ରାଜତଙ୍କ ମାର୍କ କମାଇଥିବା ଓପିଏସ୍‌ସି ତାଙ୍କ ଉତ୍ତରରେ କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ମୁଖ୍ୟ ପରୀକ୍ଷା ପରିଚାଳକ ନିଜେ ଏଭଳି ମାର୍କ କମାଇଛନ୍ତି ନା ଏହାକୁ ଆଉ କିଏ କାଟି କମ୍ କରିଛି ? ତା’ ଛଡ଼ା ଆବଶ୍ୟକ ସଂଖ୍ୟକ ଷ୍ଟାଫ ନରଖି ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ କାହିଁକି ଖେଳୁଛି ଓପିଏସ୍‌ସି?

କେବଳ ରଜତ ନୁହନ୍ତି, ବହୁ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏମିତି ମାର୍କ ବଦଳାଇ ଦେଇ କେଉଁଠି ବଢ଼ା ଯାଇଛି ତ କେଉଁଠି କମାଯାଇଛି। ଏମିତି କି କେତେକ ଆବେଦନକାରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ଦର୍ଶାଯାଇଛି। ହେଲେ ପରେ ଆବସେଣ୍ଟ ସ୍ଥାନରେ ପୁଣି ଥରେ ମାର୍କ ଲେଖାଯାଇଛି। ସେହିପରି ଜଣେ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷାରେ ୨୫୦ରୁ ୨୫୦ ମାର୍କ ଦିଆଯାଇଛି। ଏହି ସବୁ ତଥ୍ୟ ସାମ୍ନାକୁ ଆସିବା ପରେ ଓପିଏସ୍‌ସିର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍।

ଏ ସମ୍ପର୍କରେ ଓପିଏସ୍‌ସିର ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos