ଏଏସଓ ଲିଖିତ ପରୀକ୍ଷା ଫଳ ପ୍ରକାଶିତ, ୧୧୦୪ଜଣ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦବୀ ନିମନ୍ତେ ଆଜି ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଂଟ ଯାଂଚ ଓ ୨୭ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପରୀକ୍ଷାରେ ସାମିଲ ହେବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ନୋଟିସ ଜାରି ହୋଇଛି । ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁସାରେ, […]

aso

Ordigital Desk
  • Published: Monday, 07 November 2022
  • , Updated: 07 November 2022, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦବୀ ନିମନ୍ତେ ଆଜି ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଂଟ ଯାଂଚ ଓ ୨୭ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପରୀକ୍ଷାରେ ସାମିଲ ହେବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ନୋଟିସ ଜାରି ହୋଇଛି ।

ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁସାରେ, ଗତ ଅଗଷ୍ଟ ୨୭ତାରିଖରେ ମୋଟେ ୭୯୬ଟି ଏଏସଓ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩.୩୦ଲକ୍ଷ ଚାକିରି ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ମାତ୍ର ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ନଭେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ଆୟୋଗଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଡକ୍ୟୁମେଂଟ ଯାଚ କରାଇବା ସହ ୨୭ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟର ସମ୍ମୁଖୀନ ହେବେ । ତା’ପରେ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Related story