ମହାମାରୀରେ ଚାଷୀଙ୍କୁ ତୁରନ୍ତ ଲାଭ ଦେବାକୁ ପୁଣି ଆସିଲା ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ଯୋଗୁ ଚାଷୀଙ୍କୁ ତୁରନ୍ତ ଲାଭ ଦେବା ପାଇଁ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ(ପ୍ରୋତ୍ସାହନ ଓ ସୁଯୋଗ)ର ଦ୍ୱିତୀୟ ଅଧ୍ୟାଦେଶକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଗତ ମେ’ ମାସରେ ଏହି ଅଧ୍ୟାଦେଶ ଆସିଥିଲେ ମଧ୍ୟ ଧାର୍ଯ୍ୟ ୬ମାସ ମଧ୍ୟରେ ତାହା ବିଧାନସଭାରେ ଗୃହୀତ ହୋଇପାରିନଥିବାରୁ ରାଜ୍ୟ ସରକାର ପୁଣିଥରେ ଏହି ଅଧ୍ୟାଦେଶକୁ ଦ୍ୱିତୀୟଥର ପାଇଁ କ୍ୟାବିନେଟରେ ଉପସ୍ଥାପନ କରିଛନ୍ତି । କୃଷି ମାର୍କେଟିଂ କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ […]

farmer

farmer

Tapas Behera
  • Published: Thursday, 12 November 2020
  • Updated: 12 November 2020, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ଯୋଗୁ ଚାଷୀଙ୍କୁ ତୁରନ୍ତ ଲାଭ ଦେବା ପାଇଁ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ(ପ୍ରୋତ୍ସାହନ ଓ ସୁଯୋଗ)ର ଦ୍ୱିତୀୟ ଅଧ୍ୟାଦେଶକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଗତ ମେ’ ମାସରେ ଏହି ଅଧ୍ୟାଦେଶ ଆସିଥିଲେ ମଧ୍ୟ ଧାର୍ଯ୍ୟ ୬ମାସ ମଧ୍ୟରେ ତାହା ବିଧାନସଭାରେ ଗୃହୀତ ହୋଇପାରିନଥିବାରୁ ରାଜ୍ୟ ସରକାର ପୁଣିଥରେ ଏହି ଅଧ୍ୟାଦେଶକୁ ଦ୍ୱିତୀୟଥର ପାଇଁ କ୍ୟାବିନେଟରେ ଉପସ୍ଥାପନ କରିଛନ୍ତି । କୃଷି ମାର୍କେଟିଂ କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ଏହା କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ(ପ୍ରୋତ୍ସାହନ ଓ ସୁଯୋଗ) ଅଧିନିୟମ-୨୦୧୭ ଉପରେ ପ୍ରସ୍ତୁତ ଏକ ନୂଆ ଆଇନ, ଯାହାକି ଅଧ୍ୟାଦେଶ ଆକାରରେ ଲାଗୁ ଗତ ମେ’ ମାସରୁ ରାଜ୍ୟରେ ଲାଗୁ ହୋଇଛି।

କ୍ୟାବିନେଟରେ ଅନୁମୋଦନ ପାଇଥିବା ଏହି ଦ୍ୱିତୀୟ ଅର୍ଡିନାନ୍ସରେ ମୁଖ୍ୟ ଦିଗଗୁଡ଼ିକ ହେଲା କୃଷି ଉତ୍ପାଦନ ଓ ପଶୁପାଳନ ବଜାର କମିଟି ଦ୍ୱାରା ଲାଗୁ ହେବାପର୍ଯ୍ୟନ୍ତ ବିଜ୍ଞାପିତ ବଜାର କ୍ଷେତ୍ରର ସଂକଳ୍ପକୁ ଦୂର କରି ରାଜ୍ୟସ୍ତରୀୟ ଏକକ ବଜାର ସୃଷ୍ଟି କରାଯାଇପାରିବ। କୃଷକଙ୍କ ଉତ୍ପାଦନ ପାଇଁ ବିଭିନ୍ନ ବଜାର ଓ ବଡ଼ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ି , ଚାଷୀଙ୍କୁ ଉନ୍ନତ ବଜାର ପ୍ରବେଶ କିମ୍ବା ସଂଯୋଗ ଯୋଗାଇବା ପାଇଁ ଗୋଦାମ, ଶୀତଳ ଭଣ୍ଡାର କିମ୍ବା ଅନ୍ୟ ସ୍ଥାନକୁ ବଜାର ସବୟାର୍ଡ ଭାବେ ଘୋଷଣା କରାଯାଇପାରିବ। ସମଗ୍ର ରାଜ୍ୟକୁ ଏକ ଏନଫୋର୍ସମେଣ୍ଟ ଏରିଆ ଭାବେ ଘୋଷଣା କରିବା ସହ ମାର୍କେଟିଂ କମିଟି ସଦସ୍ୟ ଚୟନରେ ଭୌଗଳିକ କ୍ଷେତ୍ରକୁ ବିସ୍ତୃତ ବଜାର କ୍ଷେତ୍ର ଭାବେ ପୃଥକ କରାଯିବ।

ସମଗ୍ର ରାଜ୍ୟରେ ବଜାର ଶୁଳ୍କର ଏକକ ପଏଣ୍ଟ ଆଦାୟ, ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ପ୍ରଦାନ, କୃଷିଜାତ ଦ୍ରବ୍ୟ ବିକ୍ରୟ ଉପରେ ଭୌଗଳିକ ପ୍ରତିବନ୍ଧକ ହଟାଇବା ଓ ଯେକୌଣସି ସ୍ଥାନରେ ବିକ୍ରି ପାଇଁ ଅନୁମତି, ରାଜ୍ୟରେ କୃଷି ମାର୍କେଟିଂ ଓ ରାଜ୍ୟ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନ ଆଦି ଉପରେ ଏହି ଅଧ୍ୟାଦେଶରେ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos