ବୈଷୟିକ ଶିକ୍ଷାନୁଷ୍ଠାନ ଆଇନରେ ସଂଶୋଧନ ପାଇଁ ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ ଆଇନ-୨୦୦୭ରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଆଜି ଏହି ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାଫଳରେ ଏଣିକି ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପରିବର୍ତ୍ତେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ହିଁ ଏଣିକି ଫି’ ଷ୍ଟ୍ରକଚର କମିଟିର ଅଧ୍ୟକ୍ଷ ହେବେ। ସେହିପରି ବୈଷୟିକ ଶିକ୍ଷା ସମ୍ବଳିତ ସମସ୍ତ ବିଜିନେସକୁ ଶିଳ୍ପ ବିଭାଗ ଅଧୀନରୁ […]

secretariat-odisha

secretariat-odisha

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ ଆଇନ-୨୦୦୭ରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ କ୍ୟାବିନେଟ ଆଜି ଏହି ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାଫଳରେ ଏଣିକି ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପରିବର୍ତ୍ତେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ହିଁ ଏଣିକି ଫି’ ଷ୍ଟ୍ରକଚର କମିଟିର ଅଧ୍ୟକ୍ଷ ହେବେ। ସେହିପରି ବୈଷୟିକ ଶିକ୍ଷା ସମ୍ବଳିତ ସମସ୍ତ ବିଜିନେସକୁ ଶିଳ୍ପ ବିଭାଗ ଅଧୀନରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇସାରିଥିବାରୁ ଧାରା-୪(୧) (କ), ଧାରା-୬(୧)(ଖ)ରେ ଉଲ୍ଲେଖିତ ‘ଶାସନ ସଚିବ, ଶିଳ୍ପ ବିଭାଗ’ ଶବ୍ଦ ‘ଶାସନ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପରିବର୍ତ୍ତିତ ହେବ।

ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ (ନାମ ଲେଖା ଓ ଫି ନିର୍ଦ୍ଧାରଣ) ଆଇନ-୨୦୦୭ରେ ଥିବା କେତେକ ସମସ୍ୟାର ଦୂରୀକରଣ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ରାଜ୍ୟ ସରକାର ଆଇନର ଧାରା-୪ (୧), ଧାରା ୬(୧)(କ) ଓ (ଖ)ରେ ସଂଶୋଧନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos