କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ନିଯୁକ୍ତି ପାଇଲେ ଆମିକସ୍‌ କ୍ୟୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସୁରକ୍ଷା ନେଇ ଆମିକସ୍‌ କ୍ୟୁରୀ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଆଇନ୍‌ଜୀବୀ ଏନ.କେ. ମହାନ୍ତିଙ୍କୁ ଆଜି ହାଇକୋର୍ଟ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଖୁବଶୀଘ୍ର କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ। ସୂର୍ଯ୍ୟମନ୍ଦିରକୁ କିଭଳି କ୍ଷତି ପହଞ୍ଚିଛି ଓ କି କି ମରାମତି ନିହାତି ଆବଶ୍ୟକ, ସେ ନେଇ ଶ୍ରୀ ମହାନ୍ତି […]

konark

Manoranjan Sial
  • Published: Monday, 22 July 2019
  • , Updated: 22 July 2019, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସୁରକ୍ଷା ନେଇ ଆମିକସ୍‌ କ୍ୟୁରୀ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଆଇନ୍‌ଜୀବୀ ଏନ.କେ. ମହାନ୍ତିଙ୍କୁ ଆଜି ହାଇକୋର୍ଟ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଖୁବଶୀଘ୍ର କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ। ସୂର୍ଯ୍ୟମନ୍ଦିରକୁ କିଭଳି କ୍ଷତି ପହଞ୍ଚିଛି ଓ କି କି ମରାମତି ନିହାତି ଆବଶ୍ୟକ, ସେ ନେଇ ଶ୍ରୀ ମହାନ୍ତି କୋର୍ଟଙ୍କୁ ଜଣାଇବେ।

ସେପଟେ ବାତ୍ୟା ‘ଫନି’ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଶ୍ରୀମନ୍ଦିର ମରାମତି କାମ ଶେଷ ହୋଇଥିବା ଆଜି ହାଇକୋର୍ଟଙ୍କୁ ଷ୍ଟାଟସ୍‌ ରିପୋର୍ଟ ଜରିଆରେ ଅବଗତ କରିଛନ୍ତି ଆମିକସ୍‌ କ୍ୟୁରୀ। ଭିନ୍ନକ୍ଷମ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ଉତ୍ତର ଦ୍ୱାରରେ ଚାଲିଥିବା ରାମ୍ପ ନିର୍ମାଣ କାମ ମାସକ ଭିତରେ ଶେଷ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Related story