ବୈଜୟନ୍ତଙ୍କ ନାଁରେ ମିଥ୍ୟା ସତ୍ୟପାଠ ମାମଲାରେ ଲାଗିଲା ଅନ୍ତରୀଣ ରହିତାଦେଶ

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ଏହାସହ ପୋଲିସ ତଦନ୍ତ ଓ ସମସ୍ତ ଆଇନଗତ ପ୍ରକ୍ରିୟା ଉପରେ ମଧ୍ୟ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଏହି ମାମଲାରେ ପୂର୍ବରୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଏତଲା ରୁଜୁ ସହ ତଦନ୍ତ ରିପୋର୍ଟ ଦେବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଗତ ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡା ନିଜ ନାମାଙ୍କନପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। […]

Baijayant-Panda

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 07:18 PM IST

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ଏହାସହ ପୋଲିସ ତଦନ୍ତ ଓ ସମସ୍ତ ଆଇନଗତ ପ୍ରକ୍ରିୟା ଉପରେ ମଧ୍ୟ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଏହି ମାମଲାରେ ପୂର୍ବରୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଏତଲା ରୁଜୁ ସହ ତଦନ୍ତ ରିପୋର୍ଟ ଦେବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ଗତ ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡା ନିଜ ନାମାଙ୍କନପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ଦାୟର ହୋଇଥିଲା। ଗତ ୧ ତାରିଖରେ ମାମଲାର ବିଚାର କରି କୋର୍ଟ ଏକ ଏତଲା ରୁଜୁ ସହ ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଡିଜେଏମ୍‌ କୋର୍ଟଙ୍କ ଏହି ନିର୍ଦ୍ଦେଶ ବେଆଇନ୍ ଦର୍ଶାଇ, ଏହାକୁ ଖାରଜ କରିବାକୁ ସାଂସଦ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story