‘ଓଡ଼ିଆ ଭାଷା ଆଇନ ଉଲ୍ଲଘଂନ: ଅଭିଯୋଗ ନାହିଁ କି ଦଣ୍ଡ ବି ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସରକାରୀ ଭାଷା ଆଇନକୁ ଏପର୍ଯ୍ୟନ୍ତ କଡ଼ାକଡ଼ି ପାଳନ କରାଯାଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ଆଇନ ଉଲ୍ଲଘଂନ ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ମିଳିନାହିଁ। ଆଉ ଅଭିଯୋଗ ମିଳିନଥିବାରୁ କୌଣସି ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇ ନାହିଁ। ସରକାରୀ କାର୍ଯ୍ୟରେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରକୁ ନେଇ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ମନ୍ତ୍ରୀଙ୍କ ଏଭଳି […]

jyoti-prakash-panigrahi

jyoti-prakash-panigrahi

Manoranjan Sial
  • Published: Saturday, 03 October 2020
  • Updated: 03 October 2020, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସରକାରୀ ଭାଷା ଆଇନକୁ ଏପର୍ଯ୍ୟନ୍ତ କଡ଼ାକଡ଼ି ପାଳନ କରାଯାଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ଆଇନ ଉଲ୍ଲଘଂନ ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ମିଳିନାହିଁ। ଆଉ ଅଭିଯୋଗ ମିଳିନଥିବାରୁ କୌଣସି ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇ ନାହିଁ। ସରକାରୀ କାର୍ଯ୍ୟରେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରକୁ ନେଇ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ମନ୍ତ୍ରୀଙ୍କ ଏଭଳି ଉତ୍ତର ହିଁ ଓଡ଼ିଆ ଭାଷାପ୍ରେମୀଙ୍କୁ ଉଦବେଗ ଓ ବିଚଳିତ କରିବାର ଆଶଙ୍କା ରହିଛି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଓଡ଼ିଆ ଭାଷାକୁ ସମସ୍ତ ସରକାରୀ କାର୍ଯ୍ୟରେ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ୨୦୧୯ ଅଗଷ୍ଟ ୧୩ତାରିଖରେ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ-୧୯୬୨ ଅନ୍ତର୍ଗତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ଓ ବିଭାଗକୁ ପୁରସ୍କୃତ ମଧ୍ୟ କରାଯିବ।

ତେବେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ଉଲ୍ଲଘଂନ ସମ୍ପର୍କିତ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ବିଭାଗର ହସ୍ତଗତ ହୋଇନାହିଁ। ତେଣୁ କୌଣସି ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇ ନାହିଁ। କିମ୍ବା ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ଓ ବିଭାଗକୁ ପୁରସ୍କୃତ ମଧ୍ୟ କରାଯାଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ତଳଠୁ ଉପର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ଉପଯୋଗ ହେଉନଥିଲେ ମଧ୍ୟ ଅଭିଯୋଗ ନଥିବାରୁ ସରକାର କୌଣସି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇନଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପରୋକ୍ଷରେ ସୂଚନା ଦେଇଛନ୍ତି।
ତେଣୁ ସରକାରୀସ୍ତରରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିଲେ ତୁରନ୍ତ ଏନେଇ ଓଡ଼ିଆ ଭାଷାପ୍ରେମୀମାନେ ଲିଖିତ ଭାବେ ଅଭିଯୋଗ କରିବାର ଆବଶ୍ୟକତା ରହିଥିବା ସାଧାରଣରେ ମତପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story