ବାପା-ମାଆଙ୍କୁ ହରାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ-ଭଉଣୀ

ବିନିକା(ଦିଲ୍ଲୀପ ସାହୁ): ୫ ମାସ ତଳେ ବାପାଙ୍କୁ ହରାଇଥିଲେ। ଆଉ ମାସେ ତଳେ ମାଆଙ୍କୁ ହରାଇଲେ। ବାପା-ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ଭାଇ-ଭଉଣୀ। ଏବେ ଖାଇବାକୁ ନପାଇ ଘର କୋଣରେ ବସି ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ-ଭଉଣୀ। ଆଜି ଏପରି କରୁଣ ଓ ଦୁଃଖ ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରୁ। ଇଚ୍ଛାପୁର ପଞ୍ଚାୟତ ସାନପଟ୍ଟାମୁଣ୍ଡା ଗାଁର ସୁନ୍ଦର ଭୁଏ। ପରିବାର କହିଲେ ପତ୍ନୀ ଯାଜ୍ଞସିନୀ, ବଡ଼ ପୁଅ ସିଦ୍ଧାର୍ଥ ଓ ଝିଅ ସ୍ମୃତି। […]

binika

Manoranjan Sial
  • Published: Wednesday, 09 June 2021
  • , Updated: 09 June 2021, 10:42 PM IST

ବିନିକା(ଦିଲ୍ଲୀପ ସାହୁ): ୫ ମାସ ତଳେ ବାପାଙ୍କୁ ହରାଇଥିଲେ। ଆଉ ମାସେ ତଳେ ମାଆଙ୍କୁ ହରାଇଲେ। ବାପା-ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ଭାଇ-ଭଉଣୀ। ଏବେ ଖାଇବାକୁ ନପାଇ ଘର କୋଣରେ ବସି ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ-ଭଉଣୀ। ଆଜି ଏପରି କରୁଣ ଓ ଦୁଃଖ ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରୁ।

ଇଚ୍ଛାପୁର ପଞ୍ଚାୟତ ସାନପଟ୍ଟାମୁଣ୍ଡା ଗାଁର ସୁନ୍ଦର ଭୁଏ। ପରିବାର କହିଲେ ପତ୍ନୀ ଯାଜ୍ଞସିନୀ, ବଡ଼ ପୁଅ ସିଦ୍ଧାର୍ଥ ଓ ଝିଅ ସ୍ମୃତି। ସୁନ୍ଦର କାମ ଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ବେଶ୍‌ ଖୁସିରେ ଚଳୁଥିଲେ ପରିବାର। ହେଲେ ହଠାତ ଉକ୍ତ ପରିବାର ଉପରେ କାହାର ନଜର ଲାଗିଲା। ୫ ମାସ ତଳେ ଅଂଶୁଘାତରେ ଆଖି ବୁଜିଲେ ସୁନ୍ଦର।

ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ମୁଣ୍ଡାଇଲେ ପତ୍ନୀ ଯାଜ୍ଞସିନୀ। କଷ୍ଟ ହେଉଥିଲେ ମଧ୍ୟ ପରିବାର ଚଳାଉ ଥିଲେ। ମାଆଙ୍କ ଦୁଃଖ ଦେଖି ବଡ଼ ପୁଅ ସିଦ୍ଧାର୍ଥ ପାଠ ପଢ଼ା ଛାଡ଼ିଦେଲେ। ମାଆଙ୍କୁ କାମରେ ସହାଯ୍ୟ କରୁଥିଲେ। ହେଲେ ଗତମାସ ମହାମାରୀରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ଯାଜ୍ଞସିନୀ।

ପୂର୍ବରୁ ବାପାଙ୍କୁ ହରାଇଥିଲେ, ଏବେ ମାଆ ଚାଲିଗଲେ ଅଫେରା ରାଇଜକୁ। ବାପା-ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ଭାଇ-ଭଉଣୀ। ଖାଇବାକୁ ନପାଇ ନିଜ ଘର କୋଣରେ ବସି ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି। ସାହି ପଡ଼ିଶା ଯାହାର ମନେ ପଡ଼ୁଛି, ସିଏ ଖାଇବାକୁ ଦେଉଛନ୍ତି। ନହେଲେ ଖାଡ଼ା ଉପବାସରେ ବିତୁଛି ଭାଇ-ଭଉଣୀଙ୍କ ଜୀବନ।

ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେହି ପିଲାଙ୍କ ପାଠ ପାଢ଼ିବା ପାଇଁ ପିଏମ୍‌ କେୟାର ଫଣ୍ଡରେ ବ୍ୟବସ୍ଥା କରାଯାଇଛି।

Related story