ମୋଦିଙ୍କ ବଡ଼ ଘୋଷଣା: କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ: ମହାମାରୀ କରୋନା ଅନେକଙ୍କୁ ଅନଥା କରିଦେଇଛି। ସେହିପରି କେହି ବାପାଙ୍କୁ ହରାଇଥିବା ବେଳେ କିଏ ମା’ଙ୍କୁ ହରାଇଛନ୍ତି। କରୋନାରେ ବାପା ମା’ଙ୍କ ହରାଇଥିବା ନାବାଳକ ଓ ନାବାଳିକାଙ୍କ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। କୋରନାରେ ନିଜ ବାପା ମା’ କିମ୍ବା ଅଭିଭାବକଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ପିଏମ କେୟାର୍ସ ଫର ଚିଲଡ୍ରେନ ସ୍କିମରେ ସହାୟତା ପ୍ରଦାନ କରାଯିବ। ଏହି ଅନାଥ ପିଲାମାନେ ୧୮ ବର୍ଷରେ ପାଦ ଦେବା ପରେ […]

Modi

Modi

Hemant Lenka
  • Published: Saturday, 29 May 2021
  • Updated: 29 May 2021, 07:19 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଅନେକଙ୍କୁ ଅନଥା କରିଦେଇଛି। ସେହିପରି କେହି ବାପାଙ୍କୁ ହରାଇଥିବା ବେଳେ କିଏ ମା’ଙ୍କୁ ହରାଇଛନ୍ତି। କରୋନାରେ ବାପା ମା’ଙ୍କ ହରାଇଥିବା ନାବାଳକ ଓ ନାବାଳିକାଙ୍କ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି।

କୋରନାରେ ନିଜ ବାପା ମା’ କିମ୍ବା ଅଭିଭାବକଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ପିଏମ କେୟାର୍ସ ଫର ଚିଲଡ୍ରେନ ସ୍କିମରେ ସହାୟତା ପ୍ରଦାନ କରାଯିବ। ଏହି ଅନାଥ ପିଲାମାନେ ୧୮ ବର୍ଷରେ ପାଦ ଦେବା ପରେ ମାସିକ ଭତ୍ତା ପାଇବେ। ଏହାପରେ ସେମାନଙ୍କୁ ୨୩ ବର୍ଷ ହେବା କ୍ଷଣି ଏକକାଳୀନ ୧୦ ଲକ୍ଷ ଟଙ୍କା ପିଏମ କେୟାର୍ସ ପାଣ୍ଠିରୁ ମିଳିବ।

ସେହିପରି ବାପା ମା’ଙ୍କୁ କରୋନାରେ ହରାଇଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ପ୍ରଦାନ କରାଯିବ। ଏହି ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଋଣ ଦିଆଯିବ ଓ ଏହାର ସୁଧ ପିଏମ କେୟାର୍ସରୁ ପୈଠ କରାଯିବ।

୧୮ ବର୍ଷ ଯାଏ ଆୟୂଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯିବ। ଏହାର ପ୍ରିମିୟମ ପିଏମ କେୟାର୍ସ ପାଣ୍ଠିରୁ ଭରଣ କରାଯିବ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

୧୦ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ବ୍ୟବସ୍ଥା

୧୦ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ସ୍କୁଲରେ ନାଁ ଲେଖିବାକୁ ଅନୁମତି ମିଳିବ। ଯଦି କୌଣସି ପିଲା ଘରୋଇ ସ୍କୁଲରେ ନାଁ ଲେଖାଇବେ, ତା’ହେଲେ ତାଙ୍କୁ ଶିକ୍ଷାଦାନ ଅଧିକାର ନିୟମ ଅନୁଯାୟୀ ଫି’ ପ୍ରଦାନ କରାଯିବ। ଏହି ଅର୍ଥ PM CARESରୁ ଦିଆଯିବ। ପିଏମ କେୟାର୍ସ ପିଲାମାନଙ୍କ ୟୁନିଫର୍ମ, ନୋଟବୁକ ଓ ବହି ଖର୍ଚ୍ଚ ମଧ୍ୟ ବହନ କରିବ।

୧୧ରୁ ୧୮ ବର୍ଷର ପିଲାଙ୍କ ପାଇଁ ବ୍ୟବସ୍ଥା

ଏହି ବର୍ଗର ପିଲାମାନଙ୍କୁ ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଓ ଏପରି ଭାବେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ଆବାଦିକ ସ୍କୁଲରେ ଆଡମିସନ ମିଳିବ। ଯଦି ପିଲାମାନଙ୍କୁ ସେମାନଙ୍କ ସମ୍ପର୍କୀୟ ନିଜ ପାଖରେ ରଖିବାକୁ ଚାହାନ୍ତି, ତା’ହେଲେ ସେମାନଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ସ୍କୁଲରେ ଆଡମିସନ ଦିଆଯିବ।

ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା:

ପିଲାମାନଙ୍କୁ ଉଚ୍ଚଶିକ୍ଷା କିମ୍ବା କୌଣସି ପ୍ରଫେସନାଲ କୋର୍ସ ପାଇଁ କାର୍ଯ୍ୟକାରୀ ହେଉଥିବା ଶିକ୍ଷା ଋଣ ପ୍ରଦାନ କରାଯିବ। ଏହାର ସୁଧ ପିଏମ କେୟାର୍ସରୁ ଦିଆଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ, ଟ୍ୟୁସନ ଫି’ କିମ୍ବା ଅନ୍ୟ କୋର୍ସ ପାଇଁ ଅର୍ଥ ଦିଆଯିବ। ଯଦି କୌଣସି ପିଲାମାନେ ମେଧାବୃତ୍ତି ତାଲିକାରେ ଆସୁନାହାନ୍ତି, ତା’ହେଲେ ସେମାନଙ୍କୁ ପିଏମ କେୟାର୍ସ ପକ୍ଷରୁ ମେଧାବୃତ୍ତି ଜରିଆରେ ସମାନ ପରିମାଣର ଆର୍ଥିକ ସହାୟତା ଦିଆଯିବ।

ଅନ୍ୟପକ୍ଷରେ ତାମିଲନାଡୁ ସରକାର ମଧ୍ୟ ଆଜି ଅନାଥ ପିଲାମାନଙ୍କ ପାଇଁ ବଡ଼ ଘୋଷଣା କରିଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୋନାରେ ନିଜ ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କ ନାଁରେ ୫ ଲକ୍ଷ ଟଙ୍କା ଲେଖାଏ ଫିକ୍ସଡ ଡିପୋଜିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବା ପରେ ସେ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନାରେ ନିଜ ବାପାମା’ଙ୍କୁ ହରାଇଥିବା ପ୍ରତି ପିଲାଙ୍କ ନାଁରେ ତୁରନ୍ତ ୫ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ କରାଯାଉ। ୧୮ ବର୍ଷ ହେବା ମାତ୍ରେ ପିଲାମାନଙ୍କୁ ମୂଳ ସହ ସୁଧ ଅର୍ଥ ଦିଆଯିବ। ଅନାଥ ପିଲାଙ୍କୁ ସରକାରୀଙ୍କ ଦ୍ୱାରା ପରିଚାଳିତ ଘର ଓ ହଷ୍ଟେଲରେ ରଖାଯିବ।

ଗ୍ରାଜ୍ୟୁଏସନ ପାଠ୍ୟକ୍ରମ ଶେଷ କରିବା ଯାଏ ରାଜ୍ୟ ସରକାରଙ୍କ ସମସ୍ତଙ୍କର ପାଠପଢ଼ା ଓ ହଷ୍ଟେଲ ଖର୍ଚ୍ଚ ବହନ କରିବେ। ଯଦି କରୋନାରେ ପିଲାଟି ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଛି, ତା’ହେଲେ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିବ।

ଯଦି ଜଣେ ପିଲା ବାପା ମା’ଙ୍କୁ ହରାଇ ସମ୍ପର୍କୀୟଙ୍କ ପାଖରେ ରହୁଛି, ତା’ହେଲେ ତାଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ଭତ୍ତା ମିଳିବ। ଏହି ନିୟମ ୧୮ ବର୍ଷ ଯାଏ କାର୍ଯ୍ୟକାରୀ ହେବ। ଏପରି ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story