ଅନାଥଙ୍କୁ ମିଳିବ ଭତ୍ତା, ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ବାପା ମାଆଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବ ପେନସନରେ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ଏ ନେଇ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। କରୋନା କାଳରେ ଅନାଥ ହୋଇଥିବା ଶିଶୁଙ୍କ ତଥ୍ୟ ବ୍ଲକ ସ୍ତରରେ ରହିଛି। ଏହା ବ୍ୟତୀତ ଏହି ତଥ୍ୟ ସଂଗ୍ରହ କରିବା ଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସମେତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। […]

orphan

Ranjit Kumar Jena
  • Published: Wednesday, 02 June 2021
  • , Updated: 02 June 2021, 03:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ବାପା ମାଆଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବ ପେନସନରେ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ଏ ନେଇ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। କରୋନା କାଳରେ ଅନାଥ ହୋଇଥିବା ଶିଶୁଙ୍କ ତଥ୍ୟ ବ୍ଲକ ସ୍ତରରେ ରହିଛି।

ଏହା ବ୍ୟତୀତ ଏହି ତଥ୍ୟ ସଂଗ୍ରହ କରିବା ଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସମେତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଅନାଥଙ୍କୁ ସେବା ଯୋଗାଇବା ଲାଗି ମଧୁବାବୁ ପେନସନ ଯୋଜନାରେ ଯୋଡି ହୋଇଛି। ଆଉ ଏକ ସେକ୍ସନ ଯାହା MBPY-COVID ଏହି ଯୋଜନାରେ ଅନାଥ ଶିଶୁଙ୍କୁ ମାସିକ ୫୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ।

ରାଜ୍ୟରେ ଏବେ ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ବ୍ୟକ୍ତ କରିବା ସହ କୋଭିଡର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ କରୋନାରେ ପିତାମାତାଙ୍କୁ ହରାଇଥିବା ପିଲା ଓ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କୁ ୧୫ଦିନ ଭିତରେ ମଧୁବାବୁ ପେନସନ ଯୋଜନାରେ ମାସିକ ପେନ୍‌ସନ୍ ଦେବା ସହ ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଆଗୁଆ ୩ମାସର ପେନସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story