ଓସ୍କାର ଚିଟଫଣ୍ଡ ଘୋଟାଲାରେ ସମ୍ପୃକ୍ତ କଳାକାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

କଟକ: ଓସ୍କାର ଚିଟଫଣ୍ଡ ଘୋଟାଲାରେ ସମ୍ପୃକ୍ତ ସିନେ କଳାକାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କଟକ ଲୋକସଭା  ନିର୍ବାଚନ  ମଣ୍ଡଳୀ ଯୁବ କଂଗ୍ରେସ କମିଟି ପକ୍ଷରୁ ପୋଲିସ୍ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘୋଟାଲରେ  ସମ୍ପୃକ୍ତ ସିନେ କଳାକାରଙ୍କୁ ଗିରଫ କରିବା ପାଇଁ  ବିକ୍ଷୋଭକାରୀମାନେ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଯୁବ କଂଗ୍ରେସ କମିଟି  ଚେତାବନୀ  ଦେଇଛି। ଜଣେ ଯୁବ କଂଗ୍ରେସ କର୍ମୀ କହିଛନ୍ତି, “ଅଭିନେତାରୁ ରାଜନେତା  […]

oskar

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 03:47 PM IST

କଟକ: ଓସ୍କାର ଚିଟଫଣ୍ଡ ଘୋଟାଲାରେ ସମ୍ପୃକ୍ତ ସିନେ କଳାକାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କଟକ ଲୋକସଭା  ନିର୍ବାଚନ  ମଣ୍ଡଳୀ ଯୁବ କଂଗ୍ରେସ କମିଟି ପକ୍ଷରୁ ପୋଲିସ୍ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘୋଟାଲରେ  ସମ୍ପୃକ୍ତ ସିନେ କଳାକାରଙ୍କୁ ଗିରଫ କରିବା ପାଇଁ  ବିକ୍ଷୋଭକାରୀମାନେ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଯୁବ କଂଗ୍ରେସ କମିଟି  ଚେତାବନୀ  ଦେଇଛି।

ଜଣେ ଯୁବ କଂଗ୍ରେସ କର୍ମୀ କହିଛନ୍ତି, “ଅଭିନେତାରୁ ରାଜନେତା  ସାଜିଥିବା  ବଜେଡି ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ ପପୁ ପମପମ୍ ଓସ୍କାର ବ୍ରାଣ୍ଡ ଆମ୍ବାସାଡର ସାଜି ଗରିବ ଲୋକମାନଙ୍କୁ ଠକିଛନ୍ତି। ସେମାନେ ବିଭିନ୍ନ ଫିଲ୍ମ ମାଧ୍ୟମରେ ଅର୍ଥ ଆଦାୟ କରିଛନ୍ତି।  ତାଙ୍କୁ ତୁରନ୍ତ ଗିରଫ କରାଯାଉ ।”

Related story