ସି-ୱେଜ୍‌ ସିପିଂ ଜିଏମ୍‌ ହତ୍ୟା ମାମଲା: ଓଏସ୍‌ଏଲ୍‌ର ଆକାଉଣ୍ଟ୍‌ ଫ୍ରିଜ୍‌

ପାରାଦୀପ: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଅଫିସ୍‌ରେ ଚଢାଉ କରାଯାଇଛି। ତା’ସହିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଥିବା ଓଏସ୍‌ଏଲ୍‌ର ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। କମ୍ପାନୀର ଇଡି ବସନ୍ତ ବଳ, ଅପରେସନ ମ୍ୟାନେଜର ସୁବାସ ଆଚାର୍ଯ୍ୟ ଏବଂ ସିନିୟର ମ୍ୟାନେଜର ଦେବୀ ତ୍ରିପାଠୀଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। ମହେନ୍ଦ୍ର ହତ୍ୟା ମାମଲାରେ ଗତ ୪ ତାରିଖରେ ପୋଲିସ୍‌ […]

osl

osl

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 02:23 PM IST

Sports

Latest News

ପାରାଦୀପ: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଅଫିସ୍‌ରେ ଚଢାଉ କରାଯାଇଛି। ତା’ସହିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଥିବା ଓଏସ୍‌ଏଲ୍‌ର ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। କମ୍ପାନୀର ଇଡି ବସନ୍ତ ବଳ, ଅପରେସନ ମ୍ୟାନେଜର ସୁବାସ ଆଚାର୍ଯ୍ୟ ଏବଂ ସିନିୟର ମ୍ୟାନେଜର ଦେବୀ ତ୍ରିପାଠୀଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି।

ମହେନ୍ଦ୍ର ହତ୍ୟା ମାମଲାରେ ଗତ ୪ ତାରିଖରେ ପୋଲିସ୍‌ ଶିଳ୍ପପତି ମହିମା ମିଶ୍ରଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା।

ଗତ ୨୬ ତାରିଖ ସକାଳେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିଲେ। ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos