‘ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ଐତିହାସିକ ଭୁଲ୍‌ ଥିଲା। ଏପରି ଅଭିଯୋଗ ଆଣିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ସଂଘ ଦାବି କରିଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି-“ପରୀକ୍ଷାର କୌଣସି ବିକଳ୍ପ ନାହିଁ। ପରୀକ୍ଷାକୁ ବାଦ ଦେଇ ପିଲାମାନଙ୍କୁ ନ୍ୟାୟ ଦେଇ ହେବନାହିଁ ବୋଲି ଓଷ୍ଟା ଦାବି କରିଆସୁଥିଲା। ଏପରିକି ଯୁକ୍ତ ଦୁଇ ପରି ମାଟ୍ରିକ୍‌ରେ କମିଟି ଗଠନ […]

MATRIC

MATRIC

Manoranjan Sial
  • Published: Tuesday, 29 June 2021
  • Updated: 29 June 2021, 08:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ଐତିହାସିକ ଭୁଲ୍‌ ଥିଲା। ଏପରି ଅଭିଯୋଗ ଆଣିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ସଂଘ ଦାବି କରିଛି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି-“ପରୀକ୍ଷାର କୌଣସି ବିକଳ୍ପ ନାହିଁ। ପରୀକ୍ଷାକୁ ବାଦ ଦେଇ ପିଲାମାନଙ୍କୁ ନ୍ୟାୟ ଦେଇ ହେବନାହିଁ ବୋଲି ଓଷ୍ଟା ଦାବି କରିଆସୁଥିଲା। ଏପରିକି ଯୁକ୍ତ ଦୁଇ ପରି ମାଟ୍ରିକ୍‌ରେ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏଥିପ୍ରତି ରାଜ୍ୟ ସରକାର ବା ବୋର୍ଡ କେହି ଧ୍ୟାନ ଦେଲେନାହିଁ। ଓଷ୍ଟାର ଦାବି ଅଗ୍ରାହ୍ୟ କରି ପରୀକ୍ଷାକୁ ବାତିଲ କରିଥିଲେ। ଯେଉଁଥିପାଇଁ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।” 

ପ୍ରକାଶ ପାଇଥିବା ପରୀକ୍ଷା ଫଳ କେଉଁ ଆଧାରରେ ଦିଆଯାଇଛି? ଶ୍ରୀ ମହାନ୍ତି କହିଛନ୍ତି-“ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ସରକାର କହିଥିଲେ, ନବର ଶ୍ରେଣୀର ୪୦% ଓ ଦଶମ ଶ୍ରେଣୀରେ ତିନିଟିର ପରୀକ୍ଷା ୬୦% ନମ୍ୱର ଆଧାରରେ ରେଜଲ୍ଟ ପ୍ରକାଶ ପାଇବ। ସେତେବେଳେ ସଂଘ ଲିଖିତ ଭାବେ ଜଣାଇଥିଲା, ୯ମ ଶ୍ରେଣୀ ମାର୍କକୁ ଯଦି ମିଶାଯାଏ, ତାହାହେଲେ ପିଲାଙ୍କ ନମ୍ୱର କମିଯିବ। ଯାହା ଆଜି ସତରେ ପ୍ରମାଣିତ ହୋଇଛି। ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି।”

ସେ ଆହୁରି କହିଛନ୍ତି-“ପ୍ରକାଶ ପାଇଥିବା ମାର୍କରେ ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇଛନ୍ତି ନା କେବଳ ଦଶମ ଶ୍ରେଣୀକୁ ନେଇଛନ୍ତି କିମ୍ୱା ଉଭୟରୁ କିଛି କିଛି ନମ୍ୱର ନେଇ ରେଜଲ୍‌ଟ ବାହାର କରିଛନ୍ତି, ତାହା ସର୍ବସାଧାରଣରେ ସ୍ପଷ୍ଟ କରନ୍ତୁ। ଘୋଷିତ ଏବଂ ଅଫ୍‌ଲାଇନ୍‌ ମାର୍କରୁ ଯେଉଁଟି ଅଧିକ ରହିବ ତାକୁ ଚୂଡାନ୍ତ ଧରାଯାଉ। ନାମଲେଖା ପାଇଁ କଲେଜ ଗୁଡ଼ିକ ପ୍ରବେଶିକା ପରୀକ୍ଷା କରାନ୍ତୁ। ଯାହାଦ୍ୱାରା ମେଧାବୀ ପିଲା ଭଲ କଲେଜରୁ ବଞ୍ଚିତ ନହୁଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story