ରବିବାର ସ୍କୁଲ ନଆସିବାକୁ ଚରମ ନିଷ୍ପତ୍ତି ଶୁଣାଇଲେ ଶିକ୍ଷକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ପାଠପଢ଼ା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟାର ବିରୋଧ। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ଏଣିକି ଆଉ ରବିବାର ସ୍କୁଲ ନଆସିବାକୁ ଚରମ ନିଷ୍ପତ୍ତି ଶୁଣାଇ ଦିଆଯାଇଛି। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ନିଷ୍ପତ୍ତିକୁ ବିରୋଧ କରିଛି। ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ ଲାଗି ଦାବି କରିଛି ସଂଘ। ସ୍କୁଲ ସମୟ ସକାଳ ୬ଟା ୩୦ରୁ ଦିନ ୧୧ଟା ୩୦ କରିବାକୁ ସଂଘର ଦାବି। ସୂଚନାରୁ […]

school

school

Manoranjan Sial
  • Published: Saturday, 27 February 2021
  • Updated: 27 February 2021, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ପାଠପଢ଼ା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟାର ବିରୋଧ। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ଏଣିକି ଆଉ ରବିବାର ସ୍କୁଲ ନଆସିବାକୁ ଚରମ ନିଷ୍ପତ୍ତି ଶୁଣାଇ ଦିଆଯାଇଛି। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ନିଷ୍ପତ୍ତିକୁ ବିରୋଧ କରିଛି। ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ ଲାଗି ଦାବି କରିଛି ସଂଘ। ସ୍କୁଲ ସମୟ ସକାଳ ୬ଟା ୩୦ରୁ ଦିନ ୧୧ଟା ୩୦ କରିବାକୁ ସଂଘର ଦାବି।

ସୂଚନାରୁ ପ୍ରକାଶ, ରାଜ୍ୟରେ ବଢ଼ୁଥିବା ତାପମାତ୍ରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ସବୁ ଡିଇଓମାନଙ୍କୁ ଚିଠି କରିଥିଲେ ଗଣଶିକ୍ଷା ଅତିରିକ୍ତ ସଚିବ। ଯାହାକୁ ବିରୋଧ କରିଛି ଓଷ୍ଟା।

ଗତ ୨୪ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ସେ ଚିଠିରେ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ କୁହାଯାଇଛି। ଟ୍ୟୁବ୍‌ୱେଲ ଓ ପାଇପ୍ ଲାଇନ୍‌ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି। କେନାଲରେ ଆବଶ୍ୟକ ଜଳ ଛାଡ଼ିବାକୁ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos