୧୫ରୁ ବିଧାନସଭା ସମ୍ମୁଖରେ ଧାରଣା ଦେବ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୧୫ତାରିଖରେ ବିଧାନସଭା ସମ୍ମୁଖରେ ପ୍ରତିବାଦ ସମାବେଶ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପୁର୍ଣ୍ଣ ଅନୁଦାନ ନିୟମ ପ୍ରଣୟନ, ୬୫୬ ପୂର୍ଣ୍ଣ ଅନୁଦାନ ପାଉଥିବା ବିଦ୍ୟାଳୟକୁ ସରକାରୀ କରଣ କରିବା, ୪୦୫୨ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପୁନଃନିଯୁକ୍ତି, ୫୧୨୩ କମ୍ପ୍ୟୁଟର ପ୍ରଶିକ୍ଷକଙ୍କ ପାଇଁ ଏକ ନିଯୁକ୍ତି ନିୟମ ପ୍ରଣୟନ, ପ୍ରଧାନ ଶିକ୍ଷକ ପଦବୀ ପୁରଣ, ଅନୁଦାନରୁ ବଂଚିତ ବିଦ୍ୟାଳୟକୁ […]

osta

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 02:55 AM IST

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୧୫ତାରିଖରେ ବିଧାନସଭା ସମ୍ମୁଖରେ ପ୍ରତିବାଦ ସମାବେଶ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପୁର୍ଣ୍ଣ ଅନୁଦାନ ନିୟମ ପ୍ରଣୟନ, ୬୫୬ ପୂର୍ଣ୍ଣ ଅନୁଦାନ ପାଉଥିବା ବିଦ୍ୟାଳୟକୁ ସରକାରୀ କରଣ କରିବା, ୪୦୫୨ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପୁନଃନିଯୁକ୍ତି, ୫୧୨୩ କମ୍ପ୍ୟୁଟର ପ୍ରଶିକ୍ଷକଙ୍କ ପାଇଁ ଏକ ନିଯୁକ୍ତି ନିୟମ ପ୍ରଣୟନ, ପ୍ରଧାନ ଶିକ୍ଷକ ପଦବୀ ପୁରଣ, ଅନୁଦାନରୁ ବଂଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଓ ସମସ୍ତ ବିଦ୍ୟାଳୟକୁ ରାମସାରେ ଅନ୍ତର୍ଭୁକ୍ତ କରିବା ପ୍ରଭୃତି ଦାବିରେ ଏହି ପ୍ରତିବାଦ ସମାବେଶ କରିବ ସଂଘ। ଦୀର୍ଘ ଦିନ ଧରି ବିଭିନ୍ନ ଶିକ୍ଷକ ସଂଘର ଏହିସବୁ ଦାବିକୁ ସରକାର ପୂରଣ କରୁ ନଥିବାରୁ ସରକାର ଜାଣିଶୁଣି ମାଧ୍ୟମିକ ଶିକ୍ଷାକୁ ବିପର୍ଯ୍ୟସ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛି ଓଷ୍ଟା। ଯଦି ଡିସେମ୍ୱର ଶେଷ ସୁଦ୍ଧା ଏହିସବୁ ଦାବି ପୂରଣ ନ ହୁଏ ତା’ହେଲେ ଆସନ୍ତା ଜାନୁଆରୀରୁ ରାଜ୍ୟ ବ୍ୟାପି ଗାଁ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ଦୀର୍ଘମିଆଦି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଓଷ୍ଟା।

Related story