ଡାକ୍ତର, ନର୍ସ କରୋନା ପଜିଟିଭ; ଅପରେସନ୍ ଥିଏଟର ସିଲ୍

ପୁରୀ (ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟର ସିଲ୍ କରାଯାଇଛି। ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି। ଅପରେସନ୍ ଥିଏଟର ସିଲ୍ ହୋଇଥିବାରୁ ରୋଗୀମାନେ ବାହାରେ ବସିଛନ୍ତି। ଏହାସହ ରୋଗୀଙ୍କ ସମ୍ପକୀୟ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। ଅପରେସନ୍  ଥିଏଟର ୨୪ ଘଣ୍ଟା ସିଲ୍‌ କରାଯିବା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇନଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ […]

puriiiiii

Tapaswini Nayak
  • Published: Saturday, 01 August 2020
  • , Updated: 01 August 2020, 08:40 AM IST

ପୁରୀ (ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟର ସିଲ୍ କରାଯାଇଛି। ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି। ଅପରେସନ୍ ଥିଏଟର ସିଲ୍ ହୋଇଥିବାରୁ ରୋଗୀମାନେ ବାହାରେ ବସିଛନ୍ତି। ଏହାସହ ରୋଗୀଙ୍କ ସମ୍ପକୀୟ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି।

ଅପରେସନ୍  ଥିଏଟର ୨୪ ଘଣ୍ଟା ସିଲ୍‌ କରାଯିବା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇନଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଦିନକୁ ଦିନ ବଢ଼ି ଚାଲିଛି। ତେବେ ପୁରୀ ଜିଲ୍ଲାରୁ  ୭୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭୧ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।  ତିନି ଜଣଙ୍କ ମୃତ୍ୟୁ ଘଟିଛି ।

Related story