ଓଟିଇଟି ଉତ୍ତର ଖାତାରେ ଓଡ଼ିଶାର ରାଜ୍ୟପାଳ ନବୀନ ପଟ୍ଟନାୟକ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କ ଗଣଶିକ୍ଷା ବିଭାଗ ଜାଣିପାରୁନି କିଏ ରାଜ୍ୟର ରାଜ୍ୟପାଳ! ଏହା ଆମେ କହୁନୁ, ଜଣେ ବିଜେପି କର୍ମୀ ପ୍ରକାଶ ବେହେରାଙ୍କ ଦ୍ୱାରା ହୋଇଥିବା ଟୁଇଟରୁ ଏହା ଜଣାପଡ଼ିଛି। ଯେଉଁଥିରେ ନବୀନ ପଟ୍ଟନାୟକ ରାଜ୍ୟର ୨୬ତମ ରାଜ୍ୟପାଳ ବୋଲି ଦର୍ଶାଯାଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ ବା  ଓଟିଇଟି ହୋଇଥିଲା। […]

naveen ganeshi lal

Subhransu Sekhar
  • Published: Sunday, 06 October 2019
  • , Updated: 06 October 2019, 07:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କ ଗଣଶିକ୍ଷା ବିଭାଗ ଜାଣିପାରୁନି କିଏ ରାଜ୍ୟର ରାଜ୍ୟପାଳ! ଏହା ଆମେ କହୁନୁ, ଜଣେ ବିଜେପି କର୍ମୀ ପ୍ରକାଶ ବେହେରାଙ୍କ ଦ୍ୱାରା ହୋଇଥିବା ଟୁଇଟରୁ ଏହା ଜଣାପଡ଼ିଛି। ଯେଉଁଥିରେ ନବୀନ ପଟ୍ଟନାୟକ ରାଜ୍ୟର ୨୬ତମ ରାଜ୍ୟପାଳ ବୋଲି ଦର୍ଶାଯାଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି।

ନିକଟରେ ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ ବା  ଓଟିଇଟି ହୋଇଥିଲା। ଏଥିରେ ପରୀକ୍ଷାର୍ଥୀଙ୍କୁ ୨୫୬ ନମ୍ୱରରେ ଏକ ପ୍ରଶ୍ନ ପଚରାଯାଇଥିଲା ଓଡ଼ିଶାର ୨୬ତମ ରାଜ୍ୟପାଳ କିଏ? ଯେଉଁଥିରେ ୪ଟି ପସନ୍ଦ ଦିଆଯାଇଥିଲା। ପ୍ରଥମରେ ପ୍ରଫେସର ଗେଣେଶୀ ଲାଲ୍, ଦ୍ୱିତୀୟରେ ସତ୍ୟପାଲ ମଲ୍ଲିକ, ତୃତୀୟରେ ନବୀନ ପଟ୍ଟନାୟକ ଏବଂ ଚତୁର୍ଥରେ ରାମ ନାଏକ। ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଉଭୟ ପ୍ରଶ୍ନ ଏବଂ ପସନ୍ଦ ଦିଆଯାଇଥିଲା। ଛାତ୍ରଛାତ୍ରୀ ଏହାର ଉତ୍ତର ରଖିଛନ୍ତି ପ୍ରଫେସର ଗଣେଶୀ ଲାଲ୍। ଯାହାକି ଠିକ୍ ଅଟେ।

https://twitter.com/DrLekhaShree/status/1180787234183634944

ହେଲେ ନିକଟରେ ଓଟିଇଟିରେ ପଡ଼ିଥିବା ସମସ୍ତ ପ୍ରଶ୍ନର ଉତ୍ତର ବିଏସଇଓଡ଼ିଶା.ଇନ୍‌ରେ ଅପଲୋଡ ହୋଇଛି। ଯେଉଁଥିରେ ପରୀକ୍ଷାର୍ଥୀଙ୍କ ଉତ୍ତର ଭୁଲ ଦର୍ଶାଇ ଓଡ଼ିଶାର ୨୬ତମ ରାଜ୍ୟପାଳ ନବୀନ ପଟ୍ଟନାୟକ ଭାବେ ଉଲ୍ଲେଖ କରାଯାଇଛି। ଯାହାକୁ ନେଇ ପ୍ରଶ୍ନ ଉଠିଛି। ପରୀକ୍ଷାର୍ଥୀ ଯେତେବେଳେ ଠିକ୍ ଲେଖୁଛନ୍ତି ସେତେବେଳେ ପ୍ରଶ୍ନ ପତ୍ର ତିଆରି କରିଥିବା ବିଶେଷଜ୍ଞମାନେ କିଭଳି ପ୍ରଶ୍ନର ଉତ୍ତର ଭୁଲ୍ ଦେଉଛନ୍ତି ତାହା ଏବେ ପ୍ରଶ୍ନ ଘେରରେ। ଏବେ ବୁଝିବା କଥା ଓଟିଇଟି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଠିକ ନା ଏହି ପରୀକ୍ଷାର ପରିଚାଳକ ଠିକ୍? ଯଦି ଏଥିପାଇଁ ମାର୍କ କଟିଥିବ ଓ ସଂପୃକ୍ତ ପରୀକ୍ଷାର୍ଥୀ ଅଯୋଗ୍ୟ ଘୋଷିତ ହୋଇଥିବେ ତେବେ ସେଥିପାଇଁ ଦାୟୀ ରହିବ କିଏ?

Related story